କନକ ବ୍ୟୁରୋ: ଉତ୍ତରପ୍ରଦେଶର ଧର୍ମ ନଗରୀ କୁହାଯାଉଥିବା ବାରାଣସୀର ଶୃଙ୍ଗାର ଗୌରୀ ମାମଲାରେ ଜ୍ଞାନବାପୀ ମସଜିଦର ଆରମ୍ଭ ହୋଇଛି ସର୍ଭେ କାମ । ସର୍ଭେ ପାଇଁ ପହଞ୍ଚିଛନ୍ତି ଆଡଭୋକେଟ୍ କମିଶନର ଓ ଏବଂ ତାଙ୍କର ସହଯୋଗୀ । ସର୍ଭେ ପାଇଁ ମସଜିଦ ପରିସରକୁ ପ୍ରବେଶ କରିଥିବା ସମସ୍ତ ଅଧିକାରୀ ଓ କର୍ମୀଙ୍କ ମୋବାଇଲ ଫୋନଗୁଡିକୁ ବାହାରେ ଜଣେ ଅଧିକାରୀଙ୍କ ପାଖରେ ଜମା ରଖାଯାଇଛି । ଏବଂ ସୁରକ୍ଷା ଦୃଷ୍ଟିରୁ ମସଜିଦର ଚତୁଃପାଶ୍ୱର୍ରେ କଡା ସୁରକ୍ଷା ବଳୟ କରାଯାଇଛି ।

Advertisment

କେବଳ ଏତିକି ନୁହେଁ ସର୍ଭେ ପାଇଁ ମସଜିଦ ପରିସରରେ ସର୍ଭେ କରିବାକୁ ଯାଇଥିବା ଆଡଭୋକେଟ୍ କମିଶନର ଓ ଅନ୍ୟ ଅଧିକାରୀଙ୍କ ସହ ସମର୍ଥନ ଓ ବିପକ୍ଷ ଦଳର ନେତାଙ୍କ ସହ ସମାନଙ୍କ ଓକିଲ ମଧ୍ୟ ପହଞ୍ଚିଛନ୍ତି । ଏପରି ସ୍ଥିତିରେ ମସଜିଦ୍ ଆଖପାଖରେ କିମ୍ବା ପରିସରରେ ଯେପରି କୌଣସି ଅପ୍ରତ୍ୟାଶିତ ଘଟଣା ନଘଟେ ସେଥିପାଇଁ ପୋଲିସ ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଏହାସହ ପୁରା ଇଲାକାକୁ ମଧ୍ୟ ସିଲ କରାଯାଇଛି ।

ଏହାକୁ ସଂଲଗ୍ନ ବିଶ୍ୱନାଥ ମନ୍ଦିରର ଫାଟକ ଓ ଚାରିପଟେ ପ୍ରବେଶ ପାଇଁ ଗଣାମାଧ୍ୟମ ପ୍ରତିନିଧିଙ୍କ ଉପରେ ପ୍ରତିବନ୍ଧକ ଲଗାଯାଇଛି । ସୂଚନା ଥାଉକି ଜ୍ଞାନବାପୀ ମସଜିଦର ସର୍ଭେ ଯୋଗୁଁ କାଳେ କୌଣସି ଦଙ୍ଗା ପରିସ୍ଥିତି ସୃଷ୍ଟି ହେବ ସେଥିପାଇଁ କୋର୍ଟ ଏହାର ସର୍ଭେ ଉପରେ ସୁପ୍ରିମକୋର୍ଟ ରୋକ୍ ଲାଗିଥିଲେ । କିନ୍ତୁ ପୁଣି ହଠାତ୍ ଏହାର ସର୍ଭେ ପାଇଁ ଅନୁମତି ମିଳିଛି ।