କନକ ବ୍ୟୁରୋ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ରାଜନୀତି ତେଜୁଥିବାବେଳେ ଏହି ପ୍ରସଙ୍ଗରେ ଏବେ ବିଜେପି ମୁଖପାତ୍ର ତଥା ପୁରୀ ବିଜେପିର ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ରଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ମୁଖପାତ୍ର ପ୍ରତାପ ଦେବ । ସିଧା ସିଧା ସମ୍ବିତଙ୍କୁ ପୁରୀ ଗସ୍ତକୁ ଟାର୍ଗେଟ କରି ପ୍ରତାପ କହିଛନ୍ତି ଯେ, ଅତି ଭକ୍ତି ଚୋରର ଲକ୍ଷଣ । ମାମଲା ଏବେ କୋର୍ଟରେ ବିଚାରାଧୀନ ଅଛି, ହେଲେ ସମ୍ବିତ ପାତ୍ର ଡ୍ରାମା କରୁଛନ୍ତି ।
ଅନ୍ୟପଟେ ପୁରୀ ସାଂସଦ ଭାବେ ଛିଡା ହେବା ପୂର୍ବରୁ ସମ୍ବିତ କେବେ ପୁରୀ ଯାଇଥିଲେ କି? ପୁରୀର ଉନ୍ନୟନମୂଳକ କାମରେ ସେ ମୁଣ୍ଡ ପୁରାଉଥିଲେ କି ବୋଲି ପ୍ରଶ୍ନ କରିଛନ୍ତି ବିଜେଡି ମୁଖପାତ୍ର ପ୍ରତାପ ଦେବ । ଖାଲି ସେତିକି ନୁହେଁ, ଲୋକଙ୍କ ନଜରରେ ରହିବା ପାଇଁ ସମ୍ବିତ ଏପରି କରୁଛନ୍ତି । ଗତ ସାଧାରଣ ନିର୍ବାଚନ ବେଳେ ମଧ୍ୟ ସେ ଏମିତି କରୁଥିଲେ । ସେ ପ୍ରହସନ କରୁଛନ୍ତି, କୋର୍ଟ ଯାହା ନିଷ୍ପତ୍ତି ନେବେ ସେହି ଅନୁସାରେ କାମ ହେବ ବୋଲି କହିଛନ୍ତି ବିଜେଡି ବିଧାୟକ ତଥା ମୁଖପାତ୍ର ପ୍ରତାପ ଦେବ ।
ସୂଚନାଯୋଗ୍ୟ ଯେ, ଆଜି ମହାପ୍ରଭୁଙ୍କ ପ୍ରତିମୂର୍ତ୍ତିକୁ ମୁଣ୍ଡରେ ଧରି ପୁରୀରେ ପହଞ୍ଚିଥିଲେ ସମ୍ବିତ ପାତ୍ର । ଏହାପରେ ଶ୍ରୀମନ୍ଦିର ଯାଇ ସେ ମହାପ୍ରଭୁଙ୍କର ଦର୍ଶନ ମଧ୍ୟ କରିଥିଲେ । ଦର୍ଶନ କରି ଫେରିସାରିବା ପରେ ସେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବା ସହିତ ବର୍ତ୍ତମାନର ରାଜ୍ୟ ସରକାର ଏକ ଜିଦଖୋର୍ ସରକାର ବୋଲି ଆକ୍ଷେପ କରିଥିଲେ । ଖାଲି ସେତିକି ନୁହେଁ, ଏ ବିପତ୍ତି ସମୟରେ ମହାପ୍ରଭୁ ନିଜକୁ ନିଜେ ରକ୍ଷା କରିଛନ୍ତି । ବାତ୍ୟା ହେଇଥିଲେ ପାଣି ଜମିଥାନ୍ତା, ଶ୍ରୀମନ୍ଦିର ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହୋଇଥାନ୍ତା ବୋଲି କହିଥିଲେ ସମ୍ବିତ ପାତ୍ର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2022/05/43-2.jpg)