ଆରମ୍ଭ ହେଲା ପହଣ୍ଡି ବିଜେ ନୀତି । ପ୍ରଥମେ ଶୂନ୍ୟ ପହଣ୍ଡିରେ ଆସିଲେ ପ୍ରଭୁ ସୁଦର୍ଶନ

52

କନକ ବ୍ୟୁରୋ: ଶ୍ରୀମନ୍ଦିରରେ ଆରମ୍ଭ ହେଲା ପହଣ୍ଡି ବିଜେ ନୀତି । ଚତୁର୍ଦ୍ଧା ମୂରତିଙ୍କ ପହଣ୍ଡି ବିଜେ ଆରମ୍ଭ ହେଲା । ପ୍ରଥମେ ପ୍ରଭୁ ସୁଦର୍ଶନଙ୍କ ପହଣ୍ଡି ହେଲା । ସୁଦର୍ଶନଙ୍କ ପହଣ୍ଡିରୁ ୩ ଦିଅଙ୍କ ଆଗମନୀରେ ସୂଚନା ମିଳିଲା । ପ୍ରଭୁଙ୍କ ଆଗମନ ସୂଚନା ନିମନ୍ତେ ଶ୍ରୀ ସୁଦର୍ଶନ ଆଗରେ ଆସନ୍ତି ।

ତେବେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆୟୁଧ ହେଉଛନ୍ତି ସୁଦର୍ଶନ । ଶ୍ରୀ ସୁଦର୍ଶନଙ୍କ ଆକୃତି ସ୍ତମ୍ବାକାର । ସେଥିପାଇଁ ସୁଦର୍ଶନଙ୍କ ପହଣ୍ଡି କ୍ଷିପ୍ର ହୁଏ । ସୁଦର୍ଶନ ସାତ ପାହାଚରେ ପହଞ୍ଚିଲେ ବଳଭଦ୍ରଙ୍କ ରୁନ୍ଧାଫିଟେ ।