ଆଜି ବାରଣାସୀରେ ପ୍ରଧାନମନ୍ତ୍ରୀଙ୍କ ଶକ୍ତି ପ୍ରଦର୍ଶନ । ଗଙ୍ଗା ଆରତୀ ସହ ଦୀର୍ଘ ୧୦ କିଲୋମିଟର ରୋଡ ସୋ' କରିବେ ମୋଦି

ଆଜି ବାରଣାସୀରେ ପ୍ରଧାନମନ୍ତ୍ରୀଙ୍କ ଶକ୍ତି ପ୍ରଦର୍ଶନ । ଗଙ୍ଗା ଆରତୀ ସହ ଦୀର୍ଘ ୧୦ କିଲୋମିଟର ରୋଡ ସୋ' କରିବେ ମୋଦି

କନକ ବ୍ୟୁରୋ: ଆଜି ବାରଣାସୀରେ ଶକ୍ତି ପ୍ରଦର୍ଶନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାରଣାସୀ ଲୋକସଭା ଆସନରୁ ନିର୍ବାଚନ ଲଢୁଥିବା ମୋଦି ନାମାଙ୍କନ ଦାଖଲ ପୂର୍ବରୁ ବିଶାଳ ରୋଡ ସୋ' କରିବା କାର୍ଯ୍ୟକ୍ରମ ରହିଛି । ଆସନ୍ତାକାଲି ମୋଦି ବାରଣାସୀ ଲୋକସଭା ଆସନ ପାଇଁ ନାମାଙ୍କନ ଭରିବେ ।

publive-image

ତେବେ ଆଜି ନିଜ ସଂସଦୀୟ କ୍ଷେତ୍ରରେ ବିଶାଳ ରୋଡ ସୋ' ସହ ଏକାଧିକ ଜନସଭାରେ ଯୋଗ ଦେବେ । ୧୦କିଲୋମିଟର ରୋଡ ସୋ' କରିବା ସହ ଗଙ୍ଗା ଆଳତି କରିବେ ମୋଦି । କାଲି ମୋଦିଙ୍କ ନାମାଙ୍କନ ଦାଖଲ ସମୟରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ଏଲଜେପି ନେତା ରାମବିଳାସ ପାଶ୍ୱୱାନ, ଶିବସେନା ମୁଖ୍ୟ ଉଦ୍ଧବ ଠାକରେ, ଅକାଳୀଦଳ ନେତା ସୁଖବୀର ସିଂ ବାଦଲଙ୍କ ସମେତ ଏନଡିଏ ମେଂଟର ବହୁ ବରିଷ୍ଠ ନେତା ପହଁଚିବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe