ବିଧାୟିକା ଭାବେ ରାଜ୍ୟର କରୁଛନ୍ତି ସେବା । ଏବେ ପ୍ୟାରିସରେ ଅଲିମ୍ପିକ ଖେଳିବାର ମିଳିଲା ସୁଯୋଗ

5,596

କନକ ବ୍ୟୁରୋ : ପ୍ୟାରିସରେ ହେବାକୁ ଥିବା ଅଲିମ୍ପିକ୍ସରେ ଭାରତରୁ ପ୍ରଥମଥର ପାଇଁ ଜଣେ ମହିଳା ବିଧାୟିକା ଖେଳିବାର ସୁଯୋଗ ପାଇଛନ୍ତି । ସେ ସୁଟିଂରେ ଭାରତ ତରଫରୁ ସ୍ଥାନ ପାଇଛନ୍ତି । ବିଧାୟିକା ଶ୍ରେୟସୀ ସିଂଙ୍କ ବୟସ ୩୨ ବର୍ଷ ।

ବିହାରର ଜମୁଇ ବିଧାନସଭା କ୍ଷେତ୍ରରୁ ବିଜେପି ଟିକେଟରେ ବିଧାୟକ ଭାବେ ବିଜୟୀ ହୋଇଥିବା ଶ୍ରେୟସୀ ସିଂ ପ୍ୟାରିସ ଅଲିମ୍ପିକ୍ସ ୨୦୨୪ ରେ ସର୍ଟଗନ୍ ଟ୍ରେପ ମହିଳା ପ୍ରତିଯୋଗୀ ଭାବେ ସ୍ଥାନ ପାଇଛନ୍ତି । ସେ ଜଣେ ବିଧାୟିକା ସହ ବିହାରର ପ୍ରଥମ ମହିଳା ଯେ କି, ଅଲିମ୍ପିକ୍ସରେ ଖେଳିବାର ସୁଯୋଗ ପାଇଛନ୍ତି  ।

ଶ୍ରେୟସୀଙ୍କ ପାଇଁ ଉଭୟ ବେଶ୍ ଗୁରୁତ୍ୱପୂର୍ଣ୍ଣ । ସେ ରାଜନୀତିରେ ରହି ଲୋକଙ୍କ ସେବା କରିବା ସହ ଅଲିମ୍ପିକ୍ସରେ ଭାଗ ନେଇ ଦେଶପାଇଁ ଗୌରବ ଆଣିବା ତାଙ୍କର ଲକ୍ଷ୍ୟ । ଏହା ପୂର୍ବରୁ ୨୦୧୮ ମସିହାରେ ଅଷ୍ଟ୍ରେଲିଆରେ ଆୟୋଜିତ କମନୱେଲଥ ଗେମ୍ସରେ ଶ୍ରେୟସୀ ସ୍ୱର୍ଣ୍ଣ ପଦକ ଜିତିଥିଲେ । ଚଳିତ ବର୍ଷ ଶ୍ରେୟସୀ ରାଷ୍ଟ୍ରପତିଙ୍କ ଠାରୁ ଅର୍ଜୁନ ପୁରସ୍କାର ଗ୍ରହଣ କରିଛନ୍ତି । ସେ ୨୦୨୦ ମସିହାରେ ବିଜେପିରେ ସାମିଲ ହୋଇଥିଲେ । ପାର୍ଟି ତାଙ୍କୁ ଜମୁଇ ଆସନରୁ ପ୍ରର୍ଥୀ କରିଥିଲା ଓ ଶ୍ରେୟସୀ ବିଜୟୀ ମଧ୍ୟ ହୋଇଥିଲେ ।

ବିଜେପି ବିଧାୟିକା ଶ୍ରେୟସୀ ସିଂଙ୍କର ଜନ୍ମ ୧୯୯୧ ମସିହାରେ ଦିଲ୍ଲୀରେ ହୋଇଥିଲା । ତାଙ୍କ ପିତା ସ୍ୱର୍ଗତଃ ଦିଗବିଜୟ ସିଂ ସାଂସଦ ରହିବା ସହ କେନ୍ଦ୍ର ସରକାରରେ ମନ୍ତ୍ରୀ ମଧ୍ୟ ଥିଲେ । ତାଙ୍କ ମା’ ପୁତୁଲ ସିଂ ମଧ୍ୟ ସାଂସଦ ଅଛନ୍ତି ।