ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରଜ ପୂର୍ବରୁ ଭାରତକୁ ଝଟକା। ଆହତ ହୋଇ ଦଳରୁ ବାଦ ପଡିଲେ ଶ୍ରେୟସ ଆୟାର।

ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରଜ ପୂର୍ବରୁ ଭାରତକୁ ଝଟକା। ଆହତ ହୋଇ ଦଳରୁ ବାଦ ପଡିଲେ ଶ୍ରେୟସ ଆୟାର।

କନକ ବ୍ୟୁରୋ: ନ୍ୟୁଜିଲାଣ୍ଡ ବିରୋଧରେ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ପୂର୍ବରୁ ଭାରତକୁ ବଡ ଝଟକା । ସିରିଜର ଆରମ୍ଭର ଗୋଟିଏ ଦିନ ପୂର୍ବରୁ ଆହତ କାରଣରୁ ବ୍ୟାଟର ଶ୍ରେୟସ ଆୟାର ଦଳରୁ ବାଦ ପଡିଛନ୍ତି । ପୂରା ସିରିଜରୁ ସେ ବାଦ ପଡିଛନ୍ତି । ଆୟାରଙ୍କ ସ୍ଥାନରେ ରଜତ ପାଟିଦାରଙ୍କୁ ଦଳରେ ସାମିଲ କରାଯାଇଛି ।

ବିସିସିଆଇ ପକ୍ଷରୁ ଜାରି ହୋଇଥିବା ବୟାନରେ ଏନେଇ ସୂଚନା ଦିଆଯାଇଛି । ଏଥିରେ କୁହାଯାଇଛି ଯେ, ଶ୍ରେୟସଙ୍କ ପିଠିରେ ଯନ୍ତ୍ରଣା ଲାଗିବା କାରଣରୁ ତାଙ୍କୁ ସିରଜରୁ ବାଦ ଦିଆଯାଇଛି । ତାଙ୍କୁ ବେଙ୍ଗାଲୁରୁ ସ୍ଥିତ ନ୍ୟାସନାଲ କ୍ରିକେଟ ଏକାଡେମୀକୁ ପଠାଇ ଦିଆଯାଇଛି ।

ଗତ ବର୍ଷ ଆୟରଙ୍କ ପାଇଁ ସଫଳତାର ବର୍ଷ ଥିଲା । ଭାରତୀୟ ଦଳ ପାଇଁ ଦିନିକିଆ ଫର୍ମାଟରେ ସବୁଠାରୁ ଅଧିକ ରନ ସଂଗ୍ରହକାରୀ ଥିଲେ ଶ୍ରେୟସ । ୧୭ଟି ମ୍ୟାଚରୁ ସେ ୭୨୪ ରନ ସଂଗ୍ରହ କରିଥିଲେ । ଚଳିତ ବର୍ଷ ଶ୍ରେୟସଙ୍କ ପାଇଁ ଭଲ ସାବ୍ୟସ୍ଥ ହୋଇନାହିଁ । ଶ୍ରୀଲଙ୍କା ବିରୋଧରେ ୩ଟି ମ୍ୟାଚରେ ସେ ୨୮.୨୮,୩୮ ରନ ସଂଗ୍ରହ କରିଥିଲେ ।

ଶ୍ରେୟସ ଦଳରୁ ବାଦ ପଡିବା ପରେ ତାଙ୍କ ସ୍ଥାନରେ ରଜତ ପାଟିଦାରଙ୍କୁ ଦଳରେ ସୁଯୋଗ ମିଳିଛି । ଟପ୍ ଅର୍ଡର ବ୍ୟାଟର ରଜତ ବର୍ତ୍ତମାନ ଭଲ ଫର୍ମରେ ଅଛନ୍ତି । ୨୯ ବର୍ଷୀୟ ରଜତ ମଧ୍ୟପ୍ରଦେଶ ତରଫରୁ ଖେଳୁଥିବା ବେଳେ ୫ଟି ପ୍ରଥମ ଶ୍ରେଣୀ ମ୍ୟାଚରେ ଗୋଟିଏ ଶତକ ଏବଂ ୪ଟି ଅର୍ଦ୍ଦଶତକ ହାସଲ କରିଛନ୍ତି । ଏହି ପ୍ରଦର୍ଶନ ଆଧାରରେ ତାଙ୍କୁ ଦିନିକିଆ ଦଳ ପାଇଁ ସୁଯୋଗ ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe