କନକ ବ୍ୟୁରୋ : ବାପା ମା’ ଛେଉଁଣ୍ଡ ‘ଶ୍ରୀୟା’ର ବର୍ତ୍ତମାନ ଠିକଣା, କୋରାପୁଟ ଦଶମନ୍ତପୁର ପୋଷ୍ୟସନ୍ତାନ ଗ୍ରହଣ କେନ୍ଦ୍ର । କଟକ ବଡ ମେଡିକାଲରୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇ କୋରାପୁଟ ଫେରିଥିବା ଶିଶୁ କନ୍ୟାକୁ ଏବେ ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରରେ ରଖାଯାଇଛି । ତେବେ ଗତକାଲି ରାତିରେ ଶ୍ରୀୟା କୋରାପୁଟରେ ପହଂଚିବା ପରେ ତାକୁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାଜଶ୍ରୀ ଦାସଙ୍କ ବାସଭବନରେ ରଖାଯାଇଥିଲା ।
Kanak News is now on WhatsApp
Join and get latest news updates delivered to you via WhatsApp
ବୋରିଗୁମ୍ମା ଡାକ୍ତରଖାନା ଠାରୁ ଆରମ୍ଭ କରି କଟକ ମେଡିକାଲ ଯାଏଁ ଶ୍ରୀୟା ସହିତ ରହିଛନ୍ତି କେୟାର ଟେକର ସବିତା ଓ ସୁନିତା । ମା’ର ମୃତଦେହ ନିକଟରୁ ଉଦ୍ଧାର ହୋଇଥିବା ଶିଶୁକନ୍ୟାର ପ୍ରକୃତ ଠିକଣା ମିଳିନଥିବା ବେଳେ ସେ ଏବେଠୁ କୋରାପୁଟ ଜିଲ୍ଲା ଦଶମନ୍ତପୁର ପୋଷ୍ୟସନ୍ତାନ ଗ୍ରହଣ କେନ୍ଦ୍ରରେ ରହିବ । ଶ୍ରୀୟା ଏବେ ସଂପୁର୍ଣ୍ଣ ସୁସ୍ଥ ଅଛି ।
ଆଇନ ଅନୁଯାୟୀ ବିଜ୍ଞାପନ ମାଧ୍ୟମରେ ପୋଷ୍ୟ ସନ୍ତାନ ନିମନ୍ତେ ଆହ୍ୱାନ କରାଯିବ ବୋଲି ସୂଚନା କହିଛନ୍ତି କେନ୍ଦ୍ରର ପରିଚାଳକ ସୈାମ୍ୟ ରଂଜନ ପଟ୍ଟନାୟକ । ଗତ ୧୧ ତାରିଖ ଦିନ ବୋରିଗୁମ୍ମା କୁମ୍ଭାରିଗୁଡାସ୍ଥିତ ଜଙ୍ଗଲରୁ ମୃତ ମହିଳାଙ୍କ ନିକଟରୁ ଶିଶୁକନ୍ୟା ଉଦ୍ଧାର କରାଯାଇଥିଲା ।