କନକ ବ୍ୟୁରୋ : ଥରେ କି ଦୁଇଥର ନୁହେଁ, ଏଏସ୍ଆଇ ମରାମତି ଲାଗି ବାନ୍ଧିଥିବା ଲୁହା ଭାରା ବାରମ୍ବାର ଧକ୍କା ଦେଇଥିଲା ଶ୍ରୀମନ୍ଦିରକୁ। ବେଶ କିଛି ସମୟ ଧରି ସାମୁଦ୍ରିକ ଘୂର୍ଣ୍ଣିବାତ୍ୟା ଫନି ଆଣିଥିବା ଭୀଷଣ ପବନ ଓ ଟନ୍ ଟନ୍ ଲୁହାରେ ନିର୍ମିତ ଏହି ଭାରା ମଧ୍ୟରେ ବଳ କଷାକଷି ଚାଲିଥିଲା ଶେଷରେ ଭୀଷଣ ପବନରେ ଲୁହା ଭାରା ଭୁଶୁଡି ପଡିଥିଲା ସାକ୍ଷୀଗୋପାଳ ମନ୍ଦିର ଉପରେ। ସେତେବେଳକୁ କିନ୍ତୁ ଲୁହାଭାରା ମାଡ଼ ହୋଇ ଶ୍ରୀମନ୍ଦିର ନୀଳଚକ୍ର ତଳେ ତଥା ଅଁଳାବେଢା ସଂଲଗ୍ନ ରାମାନନ୍ଦୀ ଚିତା ଉପରେ ପ୍ରାୟ ଦେଢ ଇଞ୍ଚର ଫାଟ ଚାରିପଟେ ସୃଷ୍ଟି ହୋଇସାରିଥିଲା। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭୋଗମଣ୍ଡପ ଉପରେ ଥିବା ଗରା (ଯାହା ପଛର ଏକ ବଡ଼ କାହାଣୀ ମାଦଳା ପାଞ୍ଜିରେ ରହିଛି) ତାହା ଭାଙ୍ଗିଯାଇଥିଲା।

Advertisment

publive-imageଗତ ତିନି ତାରିଖରେ ପୁରୀରେ ମାଡ଼ ହୋଇଥିବା ସାମୁଦ୍ରିକ ଘୂର୍ଣ୍ଣିବାତ୍ୟା ଫନି କେବଳ ପୁରୀ ବା ଭୁବନେଶ୍ବର ନୁହେଁ ବରଂ ମହାପ୍ରଭୁ ଅବସ୍ଥାନ କରୁଥିବା ଶ୍ରୀମନ୍ଦିରକୁ ଏମିତି ଭାବେ ଆଘାତ ଦେଇଛି।ଗୋଟିଏ ପଟେ ଶ୍ରୀମନ୍ଦିର ପ୍ରଶାସନ ତରବରିଆ ଭାବେ କ୍ଷୟକ୍ଷତି ରିେପାର୍ଟ ପ୍ରସ୍ତୁତ କରିସାରିଛନ୍ତି। ଅନ୍ୟପଟେ ଧୀରେ ଧୀରେ ଶ୍ରୀମନ୍ଦିରରେ ହୋଇଥିବା କ୍ଷତ ସଂପର୍କିତ ତଥ୍ୟ ପଦାକୁ ଆସିବା ପରେ ଶ୍ରୀଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହେଲାଣି। ରାଜ୍ୟ ସରକାର, ଶ୍ରୀମନ୍ଦିର ପ୍ରଶାସନ ଏବଂ ଏଏସ୍ଆଇର ଅକ୍ଷମଣୀୟ ତ୍ରୁଟି ଓ ଦାୟିତ୍ବହୀନତା ଉପରେ ପୁଣି ଥରେ ଆଙ୍ଗୁଳି ଉଠିଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର ପ୍ରତି ଏମାନଙ୍କ ବେଖାତିର ମନୋଭାବକୁ ସେବକ ସମାଜ, ବୁଦ୍ଧିଜୀବୀ, ଶ୍ରୀଜଗନ୍ନାଥ ପ୍ରେମୀ କଡ଼ା ଭାଷାରେ ନିନ୍ଦା କରୁଛନ୍ତି।

publive-imageଶ୍ରୀମନ୍ଦିରରେ ଚୂନରା ସେବକ ନୃସିଂହ ମହାପାତ୍ର ନୀଳଚକ୍ରରେ ପତିତପାବନ ବାନା ଲଗାଇ ଓହ୍ଲାଇବା ପରେ କହିଛନ୍ତି, ଶ୍ରୀମନ୍ଦିର ମରାମତି କାର୍ଯ୍ୟ କେବେଠାରୁ ସରିଲାଣି। ଏହି ଭାରା ଖୋଲି ନେବା ଲାଗି ଶ୍ରୀମନ୍ଦିର ପ୍ରଶାସନକୁ ଆମେ ବହୁ ପୂର୍ବରୁ ଜଣାଇଥିଲୁ। ହେଲେ କର୍ତୃପକ୍ଷ ଏ ନେଇ ଦୃଷ୍ଟି ଦେଲେନି ବରଂ ଲେଖି ଜଣାଇବା ପାଇଁ ଆମକୁ କହିଥିଲେ। ନିକଟରେ ଏକ ପାଗଳ ଶ୍ରୀମନ୍ଦିର ଉପରକୁ ଉଠିଯାଇଥିଲା। ଏହି ଘଟଣା ପରେ ପୁଣି ଥରେ ଶ୍ରୀମନ୍ଦିର ପ୍ରଶାସନ ନଜରକୁ ଅଣାଯାଇଥିଲା ଯେ ତୁରନ୍ତ ଏହି ଭାରା ଖୋଲାଯାଉ। ଅନ୍ୟଥା ଏହି ବାଟ ଦେଇ ଯେ, କେହି ଶ୍ରୀମନ୍ଦିର ଉପରକୁ ଚଢିଯାଇପାରେ। ଏହା ସମ୍ଭବତଃ ମହାପ୍ରଭୁଙ୍କ ବାତ୍ୟା ପୂର୍ବରୁ ସଙ୍କେତ ଥିଲା। କର୍ତୃପକ୍ଷ କିନ୍ତୁ ଚେତିବା ବଦଳରେ ଉପରୁ ମାତ୍ର ତିନି ଥାକ ଭାରା କାଢିଦେଲେ। ସାକ୍ଷୀଗୋପାଳ ମନ୍ଦିରର ମୁଣ୍ଡି ମଧ୍ୟ ଭାଙ୍ଗିଯାଇଛି ଓ ସେଥିରେ କ୍ଷତ ମଧ୍ୟ ସୃଷ୍ଟି ହୋଇଛି । ସମ୍ଭବତଃ ଏହି କାରଣରୁ ଶ୍ରୀମନ୍ଦିରରେ ଲାଗିଥିବା ପଥର ଚହଲି ଯାଇଥାଇପାରେ। ଏଣୁ ଗର୍ଭଗୃହରେ ବର୍ଷା ପାଣି ପଡିଲା ଓ ନିକଟରେ ମରାମତି ସରିଥିବା ଜଗମୋହନରୁ ବି ପାଣି ଝରୁଛି।

ଯେଉଁ ଜେନେରେଟର ବ୍ୟବସ୍ଥା ହୋଇଛି । ତାହା ସକାଳ ପହଡ ଖୋଲିବା ପରଠାରୁ ବଡ ସିଂହାର ଶେଷ ହେବା ପର୍ଯ୍ୟନ୍ତ ରହୁଛି । ତେବେ ଶ୍ରୀମନ୍ଦିରକୁ ଏପରି ଭାବରେ ଅନ୍ଧାରରେ ରହୁଥିବାରକୁ ଭକ୍ତଙ୍କ ମନରେ ଅସନ୍ତୋଷ ଦେଖାଯାଇଛି । ତେବେ ଶ୍ରୀମନ୍ଦିରକୁ ପୁଣି ଥରେ ଆଲୋକିତ କରିବା ପାଇଁ ବ୍ୟବସ୍ଥା ଚାଲୁଥିବା ସୂଚନା ମିଳିଛି ।