ୟୁନିୟନ ବ୍ୟାଙ୍କରେ ରହିବ ପୁରୀ ଶ୍ରୀମନ୍ଦିର ଟଙ୍କା । ଜମା ଟଙ୍କା ଉପରେ ମିଳିବ ବାର୍ଷିକ ୫.୭୫ ପ୍ରତିଶତ ସୁଧ

ଶ୍ରୀମନ୍ଦିର କର୍ପସ ଓ ଟେମ୍ପୁଲ ଫଣ୍ଡ ୟୁନିୟନ ବ୍ୟାଙ୍କରେ ରହିବ

574

କନକ ବ୍ୟୁରୋ: ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ରହିବ ଜଗନ୍ନାଥଙ୍କ ପ୍ରାୟ ୩୫୨କୋଟି ଟଙ୍କା । ୫.୭ ପ୍ରତିଶତ ସୁଧ ହାରରେ ୟୁନିୟନ ବ୍ୟାଙ୍କରେ ରଖାଯିବ ଜଗନ୍ନାଥ ଟଙ୍କା । ତିନି ବର୍ଷ ପାଇଁ ୟୁନିୟନ ବ୍ୟାଙ୍କରେ ରହିବ ଟେମ୍ପୁଲ ଫଣ୍ଡ ଓ କର୍ପସ ଫଣ୍ଡ । ଟେଣ୍ଡର ପରେ ଏହି ନିଷ୍ପତି ନିଆଯାଇଛି । ଟଙ୍କା ଜମା ପାଇଁ ହୋଇଥିବା ଟେଣ୍ଡର ପ୍ରକ୍ରିୟାରେ ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆ ସର୍ବାଧିକ ସୁଧ ଦେବାକୁ ଟେଣ୍ଡର ପକାଇଥିବାରୁ ସର୍ବୋଚ୍ଚ ବିଡର ହିସାବରେ ସେହି ବ୍ୟାଙ୍କରେ ଶ୍ରୀମନ୍ଦିରର ସମସ୍ତ ଟଙ୍କା ସ୍ଥାୟୀ ଜମା ରଖିବାକୁ ନିଷ୍ପତି ହୋଇଛି ।

ଆଜିର ଟେଣ୍ଡର ପ୍ରକ୍ରିୟାରେ ୧୬ଟି ବ୍ୟାଙ୍କକୁ ଡକାଯାଇଥିବାବେଳେ ସେଥିରୁ ୮ଟି ବ୍ୟାଙ୍କ ଯୋଗ ଦେଇଥିଲେ । ୟୁନିୟନ ବ୍ୟାଙ୍କ ସର୍ବାଧିକ ୫ଦଶମିକ୍ ସାତ ପାଂଚ ପ୍ରତିଶତ , ଇଣ୍ଡିଆନ ବ୍ୟାଙ୍କ ୫ଦଶମିକ ୪ ପ୍ରତିଶତ ଓ କାନାଡା ବ୍ୟାଙ୍କ ୫ ପ୍ରତିଶତ ସୁଧ ଦେବାକୁ ଟେଣ୍ଡର ପକାଇଥିଲେ । ଏନେଇ ସୂଚନା ଦେଇଛନ୍ତି ଶ୍ରମନ୍ଦିର ଉନ୍ନୟନ ପ୍ରଶାସକ ।