ଚିହ୍ନଟ ହୋଇନାହାନ୍ତି ସଂକ୍ରମିତ, ତଥାପି ସିଲ ହେଲା ଆପାର୍ଟମେଂଟ: ଭୁବନେଶ୍ୱର ଶ୍ରୀବିହାର ଅଂଚଳରେ ଆପାର୍ଟମେଂଟ ସିଲ କଲା ପ୍ରଶାସନ

ନିକଟରେ ୨୧ ଜଣ ମୁର୍ଶିଦାବାଦରୁ ଫେରିଥିବାରୁ ନିଆଗଲା ସତର୍କତା ମୂଳକ ପଦକ୍ଷେପ

1,253

କନକ ବ୍ୟୁରୋ: ରାଜଧାନୀ ଭୁବନେଶ୍ୱରରେ କରୋନାର ସଂକ୍ରମଣକୁ ରୋକିବା ପାଇଁ  ପ୍ରଶାସନ ଏବେ କଠୋର ଆଭିମୁଖ୍ୟ ଗ୍ରହଣ କରିଛି । ଚିହ୍ନଟ ହୋଇନାହାନ୍ତି ସଂକ୍ରମିତ, ତଥାପି ସିଲ ହୋଇଛି ଆପାର୍ଟମେଂଟ । ମିଳୂିଥିବା ସୂଚନା ଅନୁସାରେ  ଭୁବନେଶ୍ୱର ଶ୍ରୀବିହାର ଅଂଚଳର ଏହି  ଆପାର୍ଟମେଂଟଟି ନିର୍ମାଣଧୀନ ରହିଛି । ପ୍ରଶାସନର ଅଗୋଚରରେ ପଶ୍ଚିମବଙ୍ଗ ମୁର୍ଶିଦାବାଦରୁ କିଛି ଶ୍ରମିକ ଆସି ଏଠାରେ କାମ କରୁଥିଲେ ।ଦୀର୍ଘଦିନ ହେଲା ଏମାନେ ଏହି ଆପାର୍ଟମେଂଟରେ ରହିବା ସହ କାମ କରୁଥିବା ବେଳେ ଆଖପାଖ ଅଂଚଳରେ ବୁଲାବୁଲି କରୁଥିଲେ ।

ପଶ୍ଚିମବଙ୍ଗରେ କରୋନାରସଂକ୍ରମଣ ଅଧିକ ରହିଥିବାରୁ ଏବଂ ଓଡିଶାକୁ ପଶ୍ଚିମବଙ୍ଗରୁ ସଂକ୍ରମଣ ବ୍ୟାପୁଥିବାରୁ ପ୍ରଶାସନ ପଦକ୍ଷେପ ନେଇଛି । ନିର୍ମାଣଧୀନ ଆପାର୍ଟମେଂଟକୁ ସିଲ କରିବା ସହ ତାରି ଭିତରେ ଶ୍ରମିକ ମାନଙ୍କୁ ୧୪ ଦିନ କ୍ୱାରେନଟିନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ଅବଧି ଭିତରେ ଶ୍ରମିକଙ୍କ ଠାରେ ଲକ୍ଷଣ ଦେଖାଗଲେ ସେମାନଙ୍କୁ କୋଭିଡ ହସ୍ପିଟାଲ ପଠାଯିବ ନଚେତ ଛାଡିଦିଆଯିବ  । ସେପଟେ ଆଖପାଖ ଅଂଚଳରେ ରହୁଥିବା ଲୋକଙ୍କୁ ଘରୁ ନବାହାରିବାକୁ ପ୍ରଶାସନ ନିର୍ଦ୍ଦେଶ ଦେଇଛି । ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ଅସନ୍ତୋଷ ପ୍ରକାଶ ପାଇଛି ।