କନକ ବ୍ୟୁରୋ: ରାଜଧାନୀ ଭୁବନେଶ୍ୱରରେ କରୋନାର ସଂକ୍ରମଣକୁ ରୋକିବା ପାଇଁ ପ୍ରଶାସନ ଏବେ କଠୋର ଆଭିମୁଖ୍ୟ ଗ୍ରହଣ କରିଛି । ଚିହ୍ନଟ ହୋଇନାହାନ୍ତି ସଂକ୍ରମିତ, ତଥାପି ସିଲ ହୋଇଛି ଆପାର୍ଟମେଂଟ । ମିଳୂିଥିବା ସୂଚନା ଅନୁସାରେ ଭୁବନେଶ୍ୱର ଶ୍ରୀବିହାର ଅଂଚଳର ଏହି ଆପାର୍ଟମେଂଟଟି ନିର୍ମାଣଧୀନ ରହିଛି । ପ୍ରଶାସନର ଅଗୋଚରରେ ପଶ୍ଚିମବଙ୍ଗ ମୁର୍ଶିଦାବାଦରୁ କିଛି ଶ୍ରମିକ ଆସି ଏଠାରେ କାମ କରୁଥିଲେ ।ଦୀର୍ଘଦିନ ହେଲା ଏମାନେ ଏହି ଆପାର୍ଟମେଂଟରେ ରହିବା ସହ କାମ କରୁଥିବା ବେଳେ ଆଖପାଖ ଅଂଚଳରେ ବୁଲାବୁଲି କରୁଥିଲେ ।
ପଶ୍ଚିମବଙ୍ଗରେ କରୋନାରସଂକ୍ରମଣ ଅଧିକ ରହିଥିବାରୁ ଏବଂ ଓଡିଶାକୁ ପଶ୍ଚିମବଙ୍ଗରୁ ସଂକ୍ରମଣ ବ୍ୟାପୁଥିବାରୁ ପ୍ରଶାସନ ପଦକ୍ଷେପ ନେଇଛି । ନିର୍ମାଣଧୀନ ଆପାର୍ଟମେଂଟକୁ ସିଲ କରିବା ସହ ତାରି ଭିତରେ ଶ୍ରମିକ ମାନଙ୍କୁ ୧୪ ଦିନ କ୍ୱାରେନଟିନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ଅବଧି ଭିତରେ ଶ୍ରମିକଙ୍କ ଠାରେ ଲକ୍ଷଣ ଦେଖାଗଲେ ସେମାନଙ୍କୁ କୋଭିଡ ହସ୍ପିଟାଲ ପଠାଯିବ ନଚେତ ଛାଡିଦିଆଯିବ । ସେପଟେ ଆଖପାଖ ଅଂଚଳରେ ରହୁଥିବା ଲୋକଙ୍କୁ ଘରୁ ନବାହାରିବାକୁ ପ୍ରଶାସନ ନିର୍ଦ୍ଦେଶ ଦେଇଛି । ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ଅସନ୍ତୋଷ ପ୍ରକାଶ ପାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/06/16-19.jpg)
/kanak/media/post_attachments/wp-content/uploads/2020/06/IMG-20200627-WA0030.jpg)