ବିଧାନସଭାରେ ଶ୍ରୀମନ୍ଦିର ପରିକ୍ରମା ଯୋଜନା ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ । କହିଲେ, ଓଡିଆ ଜାତିର ବଡ ପରିଚୟ ହେଉଛନ୍ତି ଜଗନ୍ନାଥ ।

Advertisment
ବିଧାନସଭାରେ ଶ୍ରୀମନ୍ଦିର ପରିକ୍ରମା ଯୋଜନା ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ । କହିଲେ, ଓଡିଆ ଜାତିର ବଡ ପରିଚୟ ହେଉଛନ୍ତି ଜଗନ୍ନାଥ ।

କନକ ବ୍ୟୁରୋ: ଶ୍ରୀମନ୍ଦିର ଐତିହ୍ୟ କରିଡର ଯୋଜନାକୁ ସଫଳ କରିବା ପାଇଁ ବିଧାନସଭାରେ ସଂକଳ୍ପ । ବାଇ-ଲ ବିବାଦ ଓ ଶ୍ରୀମନ୍ଦିର ଚର୍ତୁପାଶ୍ୱର୍ ବିକାଶ ଶୈଳୀକୁ ନେଇ ବିଜେପି ପ୍ରଶ୍ନ ଉଠାଉଥିବାବେଳେ ବିଧାନସଭାରେ ଏହି ସଂକଳ୍ପ ଆଣିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଶ୍ରୀମନ୍ଦିର ଚର୍ତୁପାଶ୍ୱର୍ରେ ଚାଲିଥିବା ଉନ୍ନତିମୂଳକ କାର୍ଯ୍ୟ କିଭଳି ବିନା ବାଧାରେ ଶେଷ ହେବ ସେଥିପାଇଁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ପରିକ୍ରମା ଯୋଜନା ସଫଳ ପାଇଁ ସଂକଳ୍ପ
- ଯୋଜନାକୁ ସମ୍ପୂର୍ଣ୍ଣ କରିବା ପାଇଁ ସମସ୍ତେ ସଂକଳ୍ପ ନେଇ କାମ କରିବା ଏବଂ ଶୀଘ୍ର ଶେଷ କରିବା ପାଇଁ ଉଦ୍ୟମ କରିବା
- ମହାପ୍ରଭୁଙ୍କ ଏହି କାର୍ଯ୍ୟରେ ସାମିଲ ହେବା ଓ ଏଥିରେ ନିଜର କିଛି ଅବଦାନ ରଖିବା
- ଶ୍ରୀମନ୍ଦିର ପରିଯୋଜନା ପାଇଁ ତ୍ୟାଗ କରିଥିବା ପୁରୀବାସୀଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇବା

ମୁଖ୍ୟମନ୍ତ୍ରୀ ଶ୍ରୀମନ୍ଦିର ପରିକ୍ରମା ଯୋଜନା ବିଧାନସଭାରେ ଉପସ୍ଥାପନ କରିବା ପରେ ଏହାକୁ ସମର୍ଥନ କରିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ । ସେହିପର କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ମଧ୍ୟ ଏହି ଯୋଜନାକୁ ସମର୍ଥନ କରିଛନ୍ତି ଆଉ ଏଥିସହିତ ଏହି ପ୍ରସ୍ତାବଟି ପାରିତ ହୋଇଛି ।

ଶ୍ରୀମନ୍ଦିର ଚାରିପଟୁ ବିଭିନ୍ନ ମଠ ମନ୍ଦିରକୁ ଭାଙ୍ଗି ଦିଆଯିବା ପରେ କିଭଳି ଏହାର ବିକାଶ କରାଯାଉଛି, ତାକୁ ନେଇ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ଉକ୍ରଣ୍ଠା ଲାଗି ରହିଛି । ଏଭଳି ସମୟରେ ଶ୍ରୀମନ୍ଦିର ପରିକ୍ରମା ଯୋଜନାକୁ ବିଧାନସଭାରେ ଉପସ୍ଥାପିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଯୋଜନାରେ ଶ୍ରୀମନ୍ଦିର ନିରାପତ୍ତା, ଭକ୍ତଙ୍କ ନିରାପତ୍ତା, ଭକ୍ତଙ୍କ ପାଇଁ ଆଧ୍ୟାତ୍ମିକ ପରିବେଶ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ରହିଥିବା ସୂଚନା ଦେଇଛନ୍ତିି ନବୀନ । ଏଥିସହ ଯୋଜନା କାର୍ଯ୍ୟକାରୀ ହେବା ପରେ ଶ୍ରୀମନ୍ଦିର ଐତିହ୍ୟ କରିଡର କିଭଳି ଦେଖାଯିବ ତାର ଏକ ଭିଡିଓ ମଧ୍ୟ ପ୍ରଦର୍ଶନ କରିଛନ୍ତି ସରକାର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe