କନକ ବ୍ୟୁରୋ: କରୋନା କଟକଣା ଭିତରେ ଏବେ ଭକ୍ତଙ୍କ ପାଇଁ ବନ୍ଦ ରହିଛି ଶ୍ରୀମନ୍ଦିର । ନିଜ ପ୍ରିୟ ଭଗବାନଙ୍କୁ ଦର୍ଶନ କରିପାରୁନାହାନ୍ତି ଭକ୍ତ । ଆଉ ଏହାରି ଭିତରେ ଆସିଛି ଏକ ଗୁରୁତ୍ୱପୂର୍ଣ୍ଣ ଖବର । ଶ୍ରୀମନ୍ଦିରକୁ ଭକ୍ତମାନଙ୍କ ପ୍ରବେଶ ସମ୍ପର୍କରେ ଆଲୋଚନା କରିବାକୁ ନେଇ ଆସନ୍ତା ୪ ତାରିଖରେ ନିଷ୍ପତ୍ତି ନିଆଯିବ । ଏହି ଦିନ ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ ଡକାଯାଇଛି । ଏଥିରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭିଡିଓ କନଫରେନ୍ସିରେ ଆଲୋଚନା କରିବେ । କରୋନାର ଦ୍ୱିତୀୟ ଲହର ଯୋଗୁଁ ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ ୨୪ ଏପ୍ରିଲରୁ ବନ୍ଦ ରହିଛି । ଏପରିକି ସ୍ନାନପୂର୍ଣ୍ଣିମା ଓ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ବିନା ଭକ୍ତରେ କରୋନା କଟକଣା ଭିତରେ ହୋଇଛି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Follow Us