ଭକ୍ତଙ୍କ ପାଇଁ ଖୋଲିବ ଜଗା ଦୁଆର : ପ୍ରଥମ ପାଞ୍ଚଦିନ କେବଳ ପୁରୀବାସୀ କରିପାରିିବେ ଦର୍ଶନ; ୨୩ ତାରିଖରୁ ସର୍ବସାଧାରଣଙ୍କୁ ଅନୁମତି

Advertisment
ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ପଇତାଲାଗି ନୀତି । ଅପରାହ୍ଣ ୪ଟାରୁ ସର୍ବସାଧାରଣ ଦର୍ଶନ ବନ୍ଦ

କନକ ବ୍ୟୁରୋ : ଭକ୍ତଙ୍କ ପାଇଁ ଖୋଲିବ ଜଗା ଦୁଆର । ଆସନ୍ତା ୧୬ରୁ ଖୋଲିବ ଶ୍ରୀମନ୍ଦିର । ୧୬ରୁ ୨୦ ତାରିଖ ଯାଏଁ ପ୍ରଥମେ ପୁରୀବାସୀ ମହାପ୍ରଭୁଙ୍କ ଦର୍ଶନ କରିପାରିବେ । ୨୩ ତାରିଖରୁ ସମସ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲିବ । ପୁରୀବାସୀ ନିଜର ଆଧାରକାର୍ଡ କିମ୍ବା ଭୋଟର ପରିଚୟ ପତ୍ର ସହ ଆରଟି-ପିସିଆର ନେଗେଟିଭ ରିପୋର୍ଟ କିମ୍ବା ଦୁଇ ଡୋଜ ଟିକା ନେଇଥିବାର ପ୍ରମାଣପତ୍ର ଦେଖାଇ ଜଗାଦର୍ଶନ କରିବେ ।

ଅଗଷ୍ଟ ୧୬ରୁ ପ୍ରଥମ ୫ ଦିନ ପୁରୀ ପୌରାଞ୍ଚଳବାସୀଙ୍କୁ ମହାପ୍ରଭୁଙ୍କ ଦର୍ଶନ ସୁଯୋଗ ମିଳିବ। ଆଧାର କାର୍ଡ ଅବା ଅନ୍ୟ କୌଣସି ପ୍ରମାଣପତ୍ର ଦେଖାଇ ପୁରୀ ପୌରାଞ୍ଚଳବାସୀ ମହାପ୍ରଭୁଙ୍କ ଦର୍ଶନ କରିପାରିବେ। ଅଗଷ୍ଟ ୨୧ ଓ ୨୨ ତାରିଖ‌ ସପ୍ତାହାନ୍ତ ସଟ୍‌ଡାଉନ୍‌ ଥିବାରୁ ୨୩ ତାରିଖରୁ ଜିଲ୍ଲା ଓ ଜିଲ୍ଲା ବାହାର ଭକ୍ତଙ୍କ ପାଇଁ ଦର୍ଶନ ଆରମ୍ଭ ହେବ। ଜୁଲାଇ ୨୩ରୁ ଉଭୟ ପୁରୀବାସୀ ଓ ଜିଲ୍ଲା ବାହାର ଭକ୍ତ ମହାପ୍ରଭୁଙ୍କ ଦର୍ଶନ ପାଇପାରିବେ। କିନ୍ତୁ କୋଭିଡ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ଭକ୍ତଙ୍କ ପାଇଁ କୋଭିଡ୍‌ ଟିକାର ‌ଦୁଇଟି ଡୋଜ୍‌ ପ୍ରମାଣପତ୍ର ଅବା ୯୬ ଘଣ୍ଟାର କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ ଦେଖାଇବାକୁ ପଡ଼ିବ ।

କିନ୍ତୁ ସପ୍ତାହାନ୍ତ ସଟ୍‌ଡାଉନ୍‌ ପାଇଁ ଶନି ଓ ରବିବାର ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ। ଆଗକୁ ଜନ୍ମାଷ୍ଟମୀ ସହ ଅନ୍ୟାନ୍ୟ ପର୍ବପର୍ବାଣୀରେ ଭିଡ଼ ହେବାର ଆଶଙ୍କା ରହିଥିବାରୁ ଏହି ଦିନ ବି ଭକ୍ତଙ୍କ ଦର୍ଶନ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ପୂର୍ବଭଳି ମାସ୍କ, ସାନିଟାଇଜର୍‌ ବ୍ୟବହାର କଡ଼ାକଡ଼ି ପାଳନ ହେବ। ଶ୍ରୀମନ୍ଦିରର ପ୍ରତ୍ୟେକ ଦ୍ବାର ସହ ସିଂହଦ୍ବାର ସେଡ୍‌ରେ ବି ସାନିଟାଇଜ୍‌ ବ୍ୟବସ୍ଥା ରହିବ। ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କ ପାଇଁ ସ୍ବତନ୍ତ୍ର ଧାଡ଼ି ରହିବ। କିନ୍ତୁ ବରିଷ୍ଠ ନାଗରିକଙ୍କୁ ଦର୍ଶନରୁ ଯଥାସମ୍ଭବ ଦୂରେଇ ରହିବାକୁ ନିବେଦନ କରିଛନ୍ତି ମୁଖ୍ୟ ପ୍ରଶାସକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe