ଶ୍ରୀଜଗନ୍ନାଥ ଯାତ୍ରା ଟ୍ରେନର ଶୁଭାରମ୍ଭ । ବିଭିନ୍ନ ରାଜ୍ୟର ତୀର୍ଥସ୍ଥାନ ଓ ଐତିହ୍ୟସ୍ଥଳୀ ବୁଲିବେ ୫୨୮ ପର୍ଯ୍ୟଟକ ।

186

କନକ ବ୍ୟୁରୋ : ଗଡିଲା ଶ୍ରୀଜଗନ୍ନାଥ ଯାତ୍ରା ଟ୍ରେନ୍ । ଆଇଆରସିଟିସି ପକ୍ଷରୁ ଏହି ଟ୍ରେନର ଶୁଭାରମ୍ଭ ହୋଇଛି । କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଧର୍ମେନ୍ଦ୍ର ପ୍ରଧାନ ଓ ଜି.କିଷନ ରେଡ୍ଡୀଙ୍କ ଉପସ୍ଥିତିରେ ଏହି ଟ୍ରେନର ଶୁଭାରମ୍ଭ ହୋଇଛି । ନୂଆଦିଲ୍ଲୀରୁ ଏହି ଟ୍ରେନ ବାହାରି ଉତର ପ୍ରଦେଶ, ବିହାର, ଝାଡ଼ଖଣ୍ଡ ଦେଇ ଓଡ଼ିଶାର ବିଭିନ୍ନ ତୀର୍ଥସ୍ଥାନ ଓ ଐତିହ୍ୟ ସ୍ଥଳୀକୁ ଯାତ୍ରା କରିବ । ଗସ୍ତ ସମୟରେ ପର୍ଯ୍ୟଟକମାନେ ପୁରୀର ଜଗନ୍ନାଥ ମନ୍ଦିର ପରିଦର୍ଶନ କରିବା ସହ ବାରଣାସୀ, ବୈଦ୍ୟନାଥ ଧାମ ଓ ଗୟା ବୁଲିପାରିବେ । ୮ ଦିନିଆ ଏହି ଟ୍ରେନ୍ ଯାତ୍ରାରେ ୫୨୮ ପର୍ଯ୍ୟଟକ ବିଭିନ୍ନ ତୀର୍ଥସ୍ଥାନ ବୁଲିପାରିବେ ।

ଟ୍ରେନ ଯାତ୍ରାର ପ୍ରଥମ ରହଣୀ ବାରାଣସୀ ସହର ହେବ । ପର୍ଯ୍ୟଟକମାନେ ସେଠାରେ କାଶୀ ବିଶ୍ୱନାଥ ମନ୍ଦିର, ଗଙ୍ଗାଘାଟ ଓ ଆରତି ସ୍ଥଳ ଆଦି ପରିଦର୍ଶନ କରିପାରିବେ । ଏହାପରେ ଟ୍ରେନଟି ଝାଡ଼ଖଣ୍ଡ ହୋଇ ସିଧା ପୁରୀ ଅଭିମୁଖେ ଯାତ୍ରା କରିବ । ପୁରୀଠାରେ ପର୍ଯ୍ୟଟକଙ୍କ ପାଇଁ ହୋଟେଲରେ ଦୁଇ ରାତି ରହିବାର ବ୍ୟବସ୍ଥା ହୋଇଛି । ସେମାନେ ପୁରୀରେ ଜଗନ୍ନାଥ ମନ୍ଦିର, ସୁବର୍ଣ୍ଣ ବେଳାଭୂମି, କୋଣାର୍କର ସୂର୍ଯ୍ୟମନ୍ଦିର ଓ ମନ୍ଦିରମାଳୀନି ସହର ଭୁବନେଶ୍ୱରର ମନ୍ଦିରଗୁଡ଼ିକ ଦର୍ଶନ କରିବେ । ପୁରୀ ପରେ ଗୟା ହେବ ଟ୍ରେନର ଶେଷ ଗନ୍ତବ୍ୟ ସ୍ଥଳ । ସେଠାରେ ବିଷ୍ଣୁପାଦ ମନ୍ଦିରରେ ଦର୍ଶନ କରିବା ପରେ ପର୍ଯ୍ୟଟକଙ୍କ ଯାତ୍ରା ଶେଷ ହେବ । ୮ଦିନିଆ ଏହି ଯାତ୍ରା ଶେଷ କରି ଟ୍ରେନଟି ଫେବ୍ରୁଆରି ପହିଲାରେ ଦିଲ୍ଲୀରେ ପହଂଚିବ । ଆଧୁନିକ ଶୈଳୀର ଶୀତତାପ ନିୟନ୍ତ୍ରିତ ରହିଛି ଏହି ପର୍ଯ୍ୟଟକ ଟ୍ରେନ ।