ବିଦେଶରେ ବଡଠାକୁର: ଜଗନ୍ନାଥପ୍ରେମୀଙ୍କୁ ଯୋଡିବାକୁ ଭିନ୍ନ ପ୍ରୟାସ; ଲଣ୍ଡନ ଜଗନ୍ନାଥ ମନ୍ଦିର ପକ୍ଷରୁ ପ୍ରତୀକାତ୍ମକ ନାଗାର୍ଜୁନ ବେଶ ଆୟୋଜନ

ବିଦେଶରେ ବଡଠାକୁର: ଜଗନ୍ନାଥପ୍ରେମୀଙ୍କୁ ଯୋଡିବାକୁ ଭିନ୍ନ ପ୍ରୟାସ; ଲଣ୍ଡନ ଜଗନ୍ନାଥ ମନ୍ଦିର ପକ୍ଷରୁ ପ୍ରତୀକାତ୍ମକ ନାଗାର୍ଜୁନ ବେଶ ଆୟୋଜନ

କନକ ବ୍ୟୁରୋ: ସାରା ବିଶ୍ୱ ଦେଖିଲା ପ୍ରତୀକାତ୍ମକ ନାଗାର୍ଜୁନ ବେଶ । ସାରା ବିଶ୍ୱର ଜଗନ୍ନାଥ ପ୍ରେମୀଙ୍କୁ ଯୋଡ଼ିବା ଏବଂ ଶାନ୍ତି ଓ ସଦଭାବନାର ବାର୍ତା ଦେବା ଉଦ୍ଦେଶ୍ୟରେ ଇଂଲଣ୍ଡରେ ଏଭଳି ଏକ ଆୟୋଜନ କରାଯାଇଥିଲା । ଇଂଲଣ୍ଡ ଜଗନ୍ନାଥ ମନ୍ଦିର ଏବଂ ବାଥ ହିନ୍ଦୁ କମ୍ୟୁନିଟି ପକ୍ଷରୁ ଭର୍ଚୁଆଲ ପ୍ଲାଟଫର୍ମ ଜରିଆରେ ନାଗାର୍ଜୁନ ବେଶ ଗ୍ଲୋବାଲ ଏକ୍ସପୋ ଆୟୋଜନ କରାଯାଇଥିଲ । ଗତକାଲି ହୋଇଥିବା ଏହି ନାଗାର୍ଜୁନ ବେଶ କାର୍ଯ୍ୟକ୍ରମରେ ସାରା ବିଶ୍ୱର ଶ୍ରଦ୍ଧାଳୁ ଏଥିରେ ସାମିଲ ହୋଇଥିଲେ । ଅନ୍ଲାଇନ୍ ଜରିଆରେ ହୋଇଥିବା ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଆମେରିକା, ଲଂଲଣ୍ଡ, କାନାଡା, ନାଇଜେରିଆ, ନେଦରଲ୍ୟାଣ୍ଡ, ଥାଇଲାଣ୍ଡ, ବାହାରିନ୍, ରୁଷିଆ, ସ୍ୱିଜରଲ୍ୟାଣ୍ଡ, ଭାରତ ଆଦି ୩୦ଟି ଦେଶର ଶ୍ରଦ୍ଧାଳୁ ଏଥିରେ ସାମିଲ ହୋଇଥିଲେ ।

କରୋନା କାଳରେ ଏକ ସକରାତ୍ମକ ବାର୍ତା ଦେବା ଏବଂ ନୂଆ ଆଶାର ସଂଚାର ଉର୍ଦ୍ଦେଶ୍ୟ ରଖି ଏଭଳି ଏକ ପ୍ରୟାସ କରାଯାଇଥିଲା । ଏହି ଅବସରରେ ୟୁକେ ଜଗନ୍ନାଥ ମନ୍ଦିରର ପ୍ରତିଷ୍ଠାତ ସମସ୍ୟା ସସ୍ମିତା ରାଜହଂସ କହିଥିଲେ, ଜଗନ୍ନାଥଙ୍କ ନାଗାର୍ଜୁନ ବେଶ ସହ ସାରା ବିଶ୍ୱକୁ ପରିଚିତ କରିବା ଏବଂ ସାରା ବିଶ୍ୱର ଜଗନ୍ନାଥ ଭକ୍ତଙ୍କ ଭିତରେ ଏକ ଯୋଗ ସୁତ୍ର ରଖିବାର ଉର୍ଦ୍ଦେଶ୍ୟରେ ଏହା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପ୍ରେରଣାଦାୟୀ ଭକ୍ତା ଡକ୍ଟର ହରପ୍ରସନ୍ନ ଦାସ ପ୍ରମୁଖ ଭାଗ ନେଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe