ଶ୍ରଦ୍ଧାଙ୍କୁ ଆଫତାବ ଦେଉଥିଲେ ଶାରିରୀକ,ମାନସିକ ନିର୍ଯ୍ୟାତନା। ସାମ୍ନାକୁ ଆସିଲା ଶ୍ରଦ୍ଧାଙ୍କୁ ମାଡ଼ମରା ଫଟୋ।

382

କନକ ନ୍ୟୁଜ: ସାମ୍ନାକୁ ଆସିଲା ଶ୍ରଦ୍ଧାଙ୍କୁ ମାଡ଼ମରା ଫଟୋ । ଏଇ ଫଟୋରୁ ଅନୁମାନ କରିହେଉଥିଲା ଯେ ଆଫତାବ କେବଳ ଶ୍ରଦ୍ଧାଙ୍କୁ ମାନସିକ ନିର୍ଯ୍ୟାତନା ଦେଉନଥିଲା ବଂର ତାଙ୍କୁ ପ୍ରବଳ ମାଡପିଟ ମଧ୍ୟ କରୁଥିଲା । ସାମ୍ନାକୁ ଆସିଛି ଶ୍ରଦ୍ଧାଙ୍କ ଏହି ନୂଆ ଫଟୋ । ଯେଉଁଥିରେ ସ୍ପଷ୍ଟଭାବେ ଦେଖିବାକୁ ମିଳୁଛି ଯେ କିଭଳି ଶ୍ରଦ୍ଧା ମୁହଁ କ୍ଷତବିକ୍ଷତ ହୋଇଛି । କଷ୍ଟ, ଯନ୍ତ୍ରଣା, ଅତ୍ୟାଚାର ସହି ମଧ୍ୟ ଫଟୋରେ ଶ୍ରଦ୍ଧା ହସୁଥିବା ଦେଖିବାକୁ ମିଳୁଛି । ଏହି ଫଟୋ ୨୦୨୦ ମସିହାର ବୋଲି ପୁଲିସ ସୂଚନା ଦେଇଛି  । ସେପଟେ ପ୍ରେମିକ ନାଁରେ ଜହ୍ଲାଦ ଆଫତାବ ଉଭୟ ଶାରିରୀକ ଓ ମାନସିକ ନିର୍ଯ୍ୟାତନା ଦେଉଥିବା କଥା ଶ୍ରଦ୍ଧା ବହୁବାର ନିଜର କିଛି ଘନିଷ୍ଠ ସାଙ୍ଗଙ୍କୁ ଜଣାଇଥିଲେ । ସେହି ସାଙ୍ଗମାନେ ଶ୍ରଦ୍ଧାଙ୍କ ବାପା ଓ ଭାଇଙ୍କ ନିକଟରେ ପ୍ରକାଶ କରିଥିଲେ ।

ପରସ୍ପରର ପ୍ରେମରେ ପଡିବା ପରେ ବିବାହ ପାଇଁ ଉଭୟ ପରିବାର ରାଜି ନହେବା ଯୋଗୁଁ ଶ୍ରଦ୍ଧା ଓ ଆଫାତବ ମୁମ୍ବାଇରେ କିଛି ଦିନ ଲିଭ-ଇନ ରିଲେସନସିପରେ ରହିଥିଲେ ।  ପରେ ୨୦୨୨ରେ ଏମାନେ ଦିଲ୍ଲୀ ଚାଲିଆସିଥିଲେ । ଶ୍ରଦ୍ଧା ଭାବିଥିଲେ ହୁଏତ ଦିଲ୍ଲୀ ପହଞ୍ଚିବା ପରେ ସବୁ କିଛି ଠିକ ହୋଇଯିବ । କିନ୍ତୁ ନା ବଦଳିଥିଲେ ଆଫାତବ ନା ବଦଳିଥିଲା ସ୍ଥିତି । ଶେଷରେ ପିଶାଚ ପ୍ରେମିକର ଶିକାରେ ନିର୍ମମ ହତ୍ୟାର ଶିକାର ହେଲେ ଶ୍ରଦ୍ଧା ୱାଲକର ।  ତେବେ ତଦନ୍ତର ୪ର୍ଥଦିନରେ ମଧ୍ୟ ଅନେକ କଥା ସାମ୍ନାକୁ ଆସିଛି  ।

ନିଶାଖୋର ଥିଲା ଆଫତାବ୍

• ଆଫତାବ ଅଧିକାଂଶ ସମୟରେ ନିଶାରେ ବୁଡି ରହୁଥିଲା

• ଡ୍ରଗ୍ସ ଓ ମଦ୍ୟପାନ ପ୍ରାୟ କରୁଥିଲା

• ଡ୍ରଗ୍ସ ସେବନକୁ ବିରୋଧ କରୁଥିଲେ ଶ୍ରଦ୍ଧା

• ଏହା ପାଇଁ ରୀତିମତ ଝଗଡ଼ା ହେଉଥିଲା

• ଆଫତାବ ହତ୍ୟା ସମୟରେ ମଧ୍ୟ ଡ୍ରଗ୍ସ ସେବନ କରିଥିଲା

• ଶ୍ରଦ୍ଧା ମାନସିକ ନିର୍ଯ୍ୟାତନା ସହୁଥିଲେ ବି ନିଜ ଘରକୁ ଫେରିବାକୁ ରାଜି ନଥିଲେ

• ପୂର୍ବରୁ ଥରେ ଶ୍ରଦ୍ଧାଙ୍କୁ ହତ୍ୟା କରିବା ପାଇଁ ଆଫତାବ ଉଦ୍ୟମ କରିଥିଲା

• ଶ୍ରଦ୍ଧା ଖୁବ ଜୋରରେ କାନ୍ଦିବା ଯୋଗୁଁ ଆଫତବ ସେଦିନ ଛାଡି ଦେଇଥିଲା

• ଶ୍ରଦ୍ଧା ଓ ଆଫତାବଙ୍କ ମୋବାଇଲ ଚାଟିଂ ପୁଲିସ ହାତରେ ଲାଗିଛି

ଶ୍ରଦ୍ଧା ହତ୍ୟା ମାମଲାରେ ରହସ୍ୟ ଉନ୍ମୋଚନ ପାଇଁ ତନାଘନା ଚଲାଇଛି ଦିଲ୍ଲୀ ପୁଲିସ । ସେପଟେ ହତ୍ୟାମାମଲାର ମୁଖ୍ୟ କାରଣ, ପରିସ୍ଥିତି ଖୋଜିବା ପାଇଁ ପୁଲିସ ଘନଘନ ତଦନ୍ତ କରୁଛି । ତଦନ୍ତର ୪ର୍ଥ ଦିନରେ ଦିଲ୍ଲୀ ମେହେରୋଲି ସମେତ ବିଭିନ୍ନ ସ୍ଥାନରେ ପହଁଞ୍ଚି ସର୍ଚ୍ଚ ଅପରେସନ କରୁଛି ପୁଲିସ । କୋର୍ଟରେ ଅପରାଧୀ ଆଫତାବକୁ ଦୋଷୀ ପ୍ରମାଣିତ କରିବା ପାଇଁ  ଯଥା ସମ୍ଭବ ପ୍ରମାଣ ଯୋଗାଡ କରୁଛି ପୁଲିସ । ଆଫତାବର ଫ୍ଲାଟରୁ ଆରମ୍ଭ ହୋଇଥିବା ଯାଞ୍ଚଏବେ ଦିଲ୍ଲୀର ଜଙ୍ଗଲରେ ପହଞ୍ଚି ଏବେ ଡମ୍ପିଂୱାର୍ଡ ମୁହାଁ ହୋଇଛି । ପୁଲିସ ହତ୍ୟା ସମୟରେ ଶ୍ରଦ୍ଧା ପିନ୍ଧିଥିବା ପୋଷାକ, ଖଣ୍ଡ ବିଖଣ୍ଡିତ ଶରୀର ଅଂଶ, ମୃତଦେହକୁ କାଟିଥିବା ଧାରୁଆ ଅସ୍ତ୍ରକୁ ଖୋଜାଖୋଜି କରୁଛି । ଏସବୁ ପ୍ରମାଣ ମିଳିଲେ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବାରେ ସହଜ ହେବ । ତେଣୁ ଏହି ପ୍ରମାଣ ଯୋଗାଡ କରିବାକୁ ଦିଲ୍ଲୀ ପୁଲିସ ଦିନରାତି ଏକ କରି ଦେଇଛି । ଏଥିପାଇଁ ନିକଟରେ ଥିବା ଡମ୍ପିଂୱାର୍ଡରେ ଛାନଭିନ କରାଯାଉଛି । ଏହାଛଡା ଏହି ହତ୍ୟାକାଣ୍ଡ ସଂପର୍କରେ ଅଧିକ ତଥ୍ୟ ହାସଲ କରିବା ପାଇଁ ଅଭିଯୁକ୍ତକୁ ଉତରାଖଣ୍ଡ ଓ ହିମାଚଳପ୍ରଦେଶ ନେବାକୁ ଯୋଜନା କରିଛି ଦିଲ୍ଲୀ ପୁଲିସ ।