ଶ୍ରଦ୍ଧା ମୃତ୍ୟୁ ମାମଲା : ଦ୍ୱିତୀୟ ଦିନରେ ଅଫତାବର ପଲିଗ୍ରାଫ ଟେଷ୍ଟ; ଗତକାଲି ୮ଘଣ୍ଟା ଧରି କରାଯାଇଥିଲା ମିଛ ଧରା ପରୀକ୍ଷା

127

କନକ ବ୍ୟୁରୋ : ଶ୍ରଦ୍ଧା ୱାଲକର ହତ୍ୟା ମାମଲାରେ ଦ୍ୱିତୀୟ ଦିନରେ ଆଜି ପୁଣି ମାଷ୍ଟରମାଇଣ୍ଡ ଅଫତାବର ହେବ ପଲିଗ୍ରାଫ ଟେଷ୍ଟ । ଗୁରୁବାର ୮ ଘଣ୍ଟା ଧରି ଦିଲ୍ଲୀର ରୋହିନୀ ଫରେନସିକ୍ ସାଇନ୍ସ ଲାବ୍ରୋଟରୀରେ ଅଫତାବର ପଲିଗ୍ରାଫ୍ ଟେଷ୍ଟ ତଥା ମିଛ ଧରା ପରୀକ୍ଷା କରଯାଇଥିଲା । ଅଫତାବ କିପରି ଶ୍ରଦ୍ଧାଙ୍କୁ ହତ୍ୟା କରି ତାଙ୍କ ଶରୀରକୁ ଖଣ୍ଡ ଖଣ୍ଡ କରି ବାହାରେ ପକାଇଥିଲେ । ସେ ନେଇ ଅଫତାବଙ୍କୁ ପ୍ରଶ୍ନ ପଚାରିଛି ଦିଲ୍ଲୀ ପୁଲିସ ।

ଆଜି ଆଉ କିଛି ପଚରାଉଚରା କରିବା ପରେ ଅଫତାବଙ୍କ ନାର୍କୋ ଟେଷ୍ଟ ପାଇଁ ପ୍ରକ୍ରିୟା ଆରମ୍ଭ ହେବ । ସେପଟେ ଶ୍ରଦ୍ଧାଙ୍କ ଶରୀର କାଟିବା ପାଇଁ ଅଫତାବ ବ୍ୟବହାର କରିଥିବା ୫ ଟି ଧାରୁଆ ଛୁରୀ ଜବତ କରିଛି ପୁଲିସ । ଜବତ ହୋଇଥିବା ୫-୬ ଇଞ୍ଚ ଲମ୍ବର ଛୁରୀକୁ ଫରେନସିକ୍ ପରୀକ୍ଷା ପାଇଁ ପଠାଯାଇଛି । କହିରଖୁଛୁ, ଏହି ମାମଲାର ତଦନ୍ତ ପାଇଁ ମୋଟ ୧୪ ଟିମ ଗଠନ କରାଯାଇଛି । ଜେରା ସମୟରେ ଅଫତାବ ହତ୍ୟା ମାମଲାକୁ ନେଇ ଗୋଟେ ପଟେ ଗୋଟେ ଚାଞ୍ଚଲ୍ୟକର ଖୁଲାସା କରୁଛି ।

ଶ୍ରଦ୍ଧାଙ୍କ ସହ କେମିତି ତାର ସମ୍ପର୍କ ଯୋଡି ହୋଇଥିଲା ? କାହିଁକି ଓ କେମତି ହତ୍ୟା କରିଥିଲା ? ହତ୍ୟା ପରେ କିଭଳି ଶ୍ରଦ୍ଧାଙ୍କୁ ଶବକୁ ଖଣ୍ଡଖଣ୍ଡ କାଟି ଏତେତେଣେ ଫିଙ୍ଗିଥିଲା ? ଏହି ସବୁ କଥାର ଅଫତାବ ଖୁଲାସା କରୁଛି । ତେବେ ଅପରାଧୀର ବୟାନରେ କେତେଦୂର ସତ୍ୟତା ରହିଛି ଏନେଇ ଖୋଲତାଡ କରିବା ସହ ନାର୍କୋ ଓ ପଲିଗ୍ରାଫ ପରୀକ୍ଷା ପରେ ଜଣାପଡିବ ବୋଲି କୁହାଯାଉଛି ।