କେତେବେଳେ ଭୁଲିଯିବାର ନାଟକ, କେତେବେଳେ ବଦଳୁଛି ବୟାନ । ଗଜନୀ ଫିଲ୍ମ ଭଳି ଡ୍ରାମା କରୁଛି ସୈତାନ ଆଫତାବ୍ ।

208

କନକ ବ୍ୟୁରୋ: ଶ୍ରଦ୍ଧା ମର୍ଡର କେସରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଆଫତାବର ଆଜି ପୁଣିଥରେ ପଲିଗ୍ରାଫ୍ ଟେଷ୍ଟ କରାଯାଉଛି । ଯେଉଁଥିରେ ପୋଲିସ ଏହି ଘଟଣାର ସତ୍ୟାସତ୍ୟ ପାଇବାକୁ ପ୍ଲାନ୍ ପ୍ରସ୍ତୁତ କରୁଛି । ତେବେ ଏହା ପୂର୍ବରୁ ଗୁରୁବାର ମଧ୍ୟ ଆଫତାବର ପଲିଗ୍ରାଫ୍ ଟେଷ୍ଟ କରାଯାଇଥିଲା । ଯେଉଁଥିରେ ପୋଲିସ ଆଫତାବକୁ ପ୍ରାୟ ୫୦ଟି ପ୍ରଶ୍ନ କରିଥିଲା । ହେଲେ ଏବେ ଆଫତାବ ଏହି ମାମଲାରେ ପୋଲିସକୁ ଗୋଲ ଗୋଲ ବୁଲେଇବା ଆରମ୍ଭ କରିଛି । ବଲିଉଡ୍ ଫିଲ୍ମ ଗଜନୀ ଭଳି ଆଫତାବ ଦିଲ୍ଲୀ ପୋଲିସକୁ ଚକମା ଦେବାକୁ ଚେଷ୍ଟା କରୁଥିବାବେଳେ, ପୋଲିସ ପଚାରୁଥିବା ପ୍ରଶ୍ନର ଅଙ୍କାବଙ୍କା ଉତ୍ତର ଦେଉଛି ।

ପୋଲିସ ଆଗରେ ଆଫତାବ୍ କେତେବେଳେ ସବୁ କିଛି ଭୁଲିଯାଇଛି ବୋଲି କହିବା ସହିତ ବେଳେ ବେଳେ ସବୁ କିଛି ପ୍ରଶ୍ନର ଉତ୍ତର କନଫ୍ୟୁଜ୍ କରି ଦେଉଛି । ତେଣୁ ପୋଲିସ ଏହି ଉତ୍ତରରୁ ସତ ଖୋଜିବା କଷ୍ଟକର ହୋଇପଡିଛି । ତେବେ ସୈତାନ ଆଫତାବ୍ ଏପରି କରି ଏହି ମାମଲାରୁ ମୁକ୍ତି ପାଇବାକୁ ଚେଷ୍ଟା କରୁଛି ।

ପ୍ରଥମେ ଆଫତାବ୍ ପୋଲିସ ଆଗରେ ଶ୍ରଦ୍ଧାକୁ ୩୫ ଖଣ୍ଡ କରି କାଟିଥିବା କହିଥିଲା । ଏହାପରେ ରିମାଣ୍ଡ ସମୟରେ ସେ ଶ୍ରଦ୍ଧାକୁ ୧୪ ଖଣ୍ଡରେ କାଟିଥିବା କହିଥିଲା । ଯାହାକି ଦ୍ୱନ୍ଦ୍ୱ ସୃଷ୍ଟି କରିଥିଲା । ସେହିପରି ଆଫତାବ୍ ପୂରା ପ୍ଲାନ୍ ସହିତ ଶ୍ରଦ୍ଧାର ମର୍ଡର କରିଥିବା ପୋଲିସକୁ କହିଥିବାବେଳେ, କୋର୍ଟରେ କିନ୍ତୁ ଏଙାକୁ ହିଟ୍ ଅଫ୍ ଦ ମୋମେଣ୍ଟ କହିଥିଲା । ଯାହାକି ଏହି ମାମଲାରେ ଦ୍ୱନ୍ଦ୍ୱକୁ ବଢାଇ ଦେଇଛି ।

ଆଫତାବକୁ ପୋଲିସ ପଚରାଉଚୁରା କରିବା ପରେ ଏହି ମାମଲାରେ ପୂରା ଚିତ୍ର ପୋଲିସ ସାମ୍ନାକୁ ଆସିବାରେ ଲାଗିଛି । ହେଲେ ପୋଲିସ କିନ୍ତୁ ଏହି ମାମଲାରେ ଯେଉଁ ପରିମାଣର ପ୍ରମାଣ ହାସଲ କରିବା କଥା, ସେହି ପରିମାଣର ପ୍ରମାଣ ହାସଲ କରିପାରିନାହିଁ । ଯାହା ଏହି ମାମଲାକୁ ଅଧିକ ରୋଚକ କରିଦେଇଛି ।