ଶ୍ରଦ୍ଧା ହତ୍ୟା ମାମଲାରେ ବଢ଼ିଲା ଅଫତାବର ସୁରକ୍ଷା : ଫରେନସିକ୍ ଲ୍ୟାବକୁ ନେଉଥିବା ବେଳେ ପୁଲିସ ଗାଡ଼ି ଉପରକୁ ଆକ୍ରମଣ; ଖଣ୍ଡା ଏବଂ ବାଡ଼ି ଧରି ଗୋଡ଼ାଇଲେ

216

କନକ ବ୍ୟୁରୋ : ଶ୍ରଦ୍ଧା ହତ୍ୟା ମାମଲାର ଅଭିଯୁକ୍ତ ଅଫତାବର ବଢ଼ିଲା ସୁରକ୍ଷା । ଗତକାଲି ସଂଧ୍ୟାରେ ଅଫତାବକୁ ଫରେନସିକ୍ ଲ୍ୟାବକୁ ନେଉଥିବା ବେଳେ ପୁଲିସ ଗାଡ଼ି ଉପରକୁ ହୋଇଥିଲା ଆକ୍ରମଣ । ଖଣ୍ଡା ଏବଂ ବାଡ଼ି ଧରି ଗୋଡ଼ାଇଲେ କିଛି ଯୁବକ । ଆକ୍ରମଣକାରୀ ନିଜକୁ ହିନ୍ଦୁସେନା ସଦସ୍ୟ ବୋଲି ଦାବି କରିଛନ୍ତି ।

ସ୍ଥିତି ନିୟନ୍ତ୍ରଣ ପାଇଁ ଫାଙ୍କା ଗୁଳିଚାଳନା କରିଥିଲା ପୋଲିସ । ତେବେ ତୁରନ୍ତ ଗାଡ଼ିକୁ ଆକ୍ରମଣକାରୀଙ୍କ କବଳରୁ ଅନ୍ୟତ୍ର ନିଆଯାଇଥିଲା । ଏହି ମାମଲରେ ୨ଜଣଙ୍କୁ ଅଟକ ରଖାଯାଇଛି ଏବଂ ସେମାନଙ୍କ ଠାରୁ ଅସ୍ତ୍ର ଜବତ କରାଯାଇଛି । ଆଜି ପୁଣି ଥରେ ଅଫତାବର ହୋଇପାରେ ପଲିଗ୍ରାଫ୍ ଟେଷ୍ଟ । ପୋଲିସ ଗାଡ଼ି ଉପରେ ଆକ୍ରମଣ ପରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।