କନକ ବ୍ୟୁରୋ : ମହଙ୍ଗା ପଡିଲା ଠକ ସଂସ୍ଥା ପାଇଁ ପ୍ରଚାର ପ୍ରସାର । ବଲିଉଡ ଅଭିନେତା ରଣବୀର କପୁର ଓ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ପରେ ଅନ୍ୟ କିଛି ସେଲିବ୍ରିଟିଙ୍କୁ ମଧ୍ୟ ନୋଟିସ୍ କରିଛି ପ୍ରବର୍ତନ ନିର୍ଦ୍ଦେଶାଳୟ । କମେଡି କିଙ୍ଗ୍ କପିଲ ଶର୍ମା, ଅଭିନେତ୍ରୀ ହୁମା କୁରେଶି ଏବଂ ହିନା ଖାନଙ୍କୁ ଇଡି ନୋଟିସ୍ ଜାରି କରିଛି । ମହାଦେବ ଅନଲାଇନ ବେଟିଂ ଆପ୍ ମାମଲାରେ ଏହି ବଲିଉଷ୍ଟ ସେଲିବ୍ରିଟିଙ୍କୁ ଡାକରା ପରେ ବଲିଉଡରେ ଆତଙ୍କ ଖେଳିଯାଇଛି ।

Advertisment

ଏମାନଙ୍କର ଭୂମିକା କ'ଣ, ଠକେଇରେ ଏମାନଙ୍କର କଣ ସମ୍ପୃକ୍ତି ରହିଛି ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । କପିଲ ଶର୍ମା, ହୁମା କୁରେଶି ଓ ହୀନା ଖାନଙ୍କ ଭିନ୍ନ ଭିନ୍ନ ତାରିଖରେ ହାଜର ହେବା ପାଇଁ ପ୍ରବର୍ତନ ନିର୍ଦ୍ଦେଶାଳୟ ନୋଟିସ୍ କରିଥିବା ଜଣାପଡିଛି । ବଡ଼଼ କଥା ହେଉଛି ମହାଦେବ ଅନଲାଇନ ବେଟିଂ ଆପ୍ ମାମଲାରେ ୧୫ରୁ ଅଧିକ ବଲିଉଡ ସେଲିବ୍ରିଟି ପ୍ରବର୍ତନ ନିର୍ଦ୍ଦେଶାଳୟ ରାଡାରରେ ଥିବା ସୂଚନା ମିଳିଛି ।

କେମିତି ଠକେଇ ହୋଇଥିଲା ଓ ପୂରା ଘଟଣା ସାମ୍ନାକୁ ଆସିଥିଲା ।

କେମିତି ହୋଇଥିଲା ଠକେଇ ?

- ଗତ ମାସ ଫେବୃଆରୀରେ ଦୁବାଇର ସୌରଭଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା
- ଏହି ବିବାହ ଉତ୍ସବ ପାଇଁ ପାଖାପାଖି ୨୦୦ କୋଟି ଟଙ୍କା ଖୁର୍ଚ୍ଚ ହୋଇଥିଲା
- ଖର୍ଚ୍ଚ ବାବଦକୁ ୨୦୦ କୋଟି ଟଙ୍କା ନଗଦ ଆକାରରେ ଦିଆଯାଇଥିଲା
- ହୋଟେଲ ଖର୍ଚ୍ଚ ବାବଦକୁ ପ୍ରାୟ ୪୨କୋଟି ଟଙ୍କା ନଗଦ ଦିଆଯାଇଥିଲା
- ଏହି କାର୍ଯ୍ୟକ୍ରମରେ ବଲିଉଡ ତାରକା ଯୋଗଦେଇଥିଲେ
- ସମସ୍ତଙ୍କୁ ନଗଦ ଆକାରରେ ଟଙ୍କା ଦିଆଯାଇଥିଲା
- ସୌରଭ ନିଜ ସହଯୋଗୀ ରବି ଉପ୍ପଲଙ୍କ ସହ ମିଶି ମହାଦେବ ବେଟିଂ ଆପ ଖୋଲିଥିଲେ
- ଏପରି ଅନ୍ୟ ୪ରୁ ୫ଟି ଆପ୍ ଜରିଆରେ ଠକେଇ କରୁଥିଲେ
- ଅନଲାଇନରେ କ୍ରିକେଟ, ଫୁଟବଲ, ଟେନିସ୍, ବ୍ୟାଡମିଂଟନ, କାର୍ଡ ଗେମ୍ସ ଆଦି ଖେଳ ଖେଳି ରୋଜଗାର କରିବାକୁ ପ୍ରଲୋଭିତ କରୁଥିଲେ
- ଅନଲାଇନ ବେଟିଂରେ ସଂସ୍ଥା ଦିନକୁ ୨୦୦ କୋଟିରୁ ଅଧିକ ଆୟ କରୁଥିଲା
- ମୋଟ ୫୦୦୦ କୋଟି ଠକେଇ ହୋଇଥିବା ସନ୍ଦେହ