ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ଭାଇ ଗିରଫ । ହୋଟେଲରେ ଡ୍ରଗ୍ସ ପାର୍ଟି ସମୟରେ ଧରାପଡିଥିଲେ

378

କନକ ବ୍ୟୁରୋ: ବଲିଉଡ୍ ଅଭିନେତ୍ରୀ ଶ୍ରଦ୍ଧା କୁପରଙ୍କ ଭାଇ ସିଦ୍ଧାନ୍ତ କପୁରଙ୍କୁ ଗିରଫ କରିଛି ବେଙ୍ଗାଳୁରୁ ପୋଲିସ । ବେଙ୍ଗାଳୁରୁର ଏକ ହୋଟେଲରେ ପାର୍ଟି ଚାଲୁଥିବାବେଳେ ରେଡ୍ ହୋଇଥିଲା । ପାର୍ଟିରେ ସିଦ୍ଧାନ୍ତ ତାଙ୍କ ସାଙ୍ଗ ମାନଙ୍କ ସହ ମିଶି ଡ୍ରଗ୍ସ ସେବନ କରୁଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି ।

ପୋଲିସର ସୂଚନା ମୁତାବକ, ଶ୍ରଦ୍ଧା କପୁରଙ୍କ ଭାଇ ସିଦ୍ଧାନ୍ତ କପୁରଙ୍କ ସମେତ ୬ଜଣଙ୍କ ଠାରେ ଡ୍ରଗ୍ସ ଟେଷ୍ଟରେ ପଜିଟିଭ ରିପୋର୍ଟ ମିଳିଛି । ଏମାନେ ସମସ୍ତେ ବେଙ୍ଗାଳୁରୁ ଏମଜି ରୋଡ ସ୍ଥିତ ହୋଟେଲରେ ପାର୍ଟି କରୁଥିଲେ । ସେଠାରେ ପୋଲିସ ଅଚାନକ୍ ରେଡ କରିଥିଲା ।

ପୂର୍ବରୁ ଏହି ମାମଲାରେ ସିଦ୍ଧାନ୍ତଙ୍କ ଭଉଣୀ ତଥା ବଲିଉଡ ଅଭିନେତୀ ଶ୍ରଦ୍ଧା କପୁର ଏନସିବିର ରାଡାରରେ ଥିଲେ । ଅଭିନେତା ସୁଶାନ୍ତ ସିଂହଙ୍କ ମୃତ୍ୟୁ ପରେ ଯେଉଁ ତଦନ୍ତ ହୋଇଥିଲା, ସେଥିରେ ଡ୍ରଗ୍ସ କେସରେ ଫଶିଥିଲେ ଅଭିନେତ୍ରୀ ଶ୍ରଦ୍ଧା କପୁର । ଡ୍ରଗ୍ସ ମାମଲାରେ ଏନସିବି ତାଙ୍କୁ ଜେରା କରିଥିଲା । ତେବେ ସୁଶାନ୍ତ ସିଂଙ୍କ ଘରେ ଆୟୋଜିତ ପାର୍ଟିରେ ସେ ଏକାଧିକ ଥର ଯୋଗ ଦେଇଥିଲେ ବି ଡ୍ରଗ୍ସ ସେବନ କରିନାହାଁନ୍ତି ବୋଲି କହିଥିଲେ ଶ୍ରଦ୍ଧା ।