ଶ୍ରଦ୍ଧା କପୁର ଓ ସାରା ଅଲ୍ଲୀ ଖାନ୍ : ହାଜର ହେବାକୁ ମାଗିଥିଲେ ଅତିରିକ୍ତ ସମୟ; ଡ୍ରଗ୍ସ ଲିଙ୍କରେ ଗୁଡାଇ ତୁଡାଇ ପ୍ରଶ୍ନ କରୁଛି ଏନସିବି-ଏସଆଇଟି

129

କନକ ବ୍ୟୁରୋ : ବଲିଉଡରେ ଡ୍ରଗ୍ସ ଲିଙ୍କ୍ ମାମଲା । ଏନସିବିରେ ହାଜର ହୋଇଛନ୍ତି ଶ୍ରଦ୍ଧା କପୁର । ନିଶିଦ୍ଧ ସିବିଡି ଅଏଲ୍ ମଗାଇଥିବା ଅଭିଯୋଗରେ ଶ୍ରଦ୍ଧା କପୁରଙ୍କୁ ଜେରା କରୁଛି ଏନସିବି । ସେପଟେ, ଏନସିବିର ସମନ ପାଇ ଏନସିବି କାର୍ଯ୍ୟାଳୟରେ ହାଜର ହୋଇଛନ୍ତି ସାରା ଅଲ୍ଲୀ ଖାନ୍ । ଏନସିବିରେ ହାଜର ହେବାକୁ ଆଜି ସାରା ଅଲ୍ଲୀ ଖାନ୍ ଅତିରିକ୍ତ ସମୟ ମାଗିଥିଲେ । ଏନସିବି ଏହାକୁ ମଂଜୁର କରିଥିଲା । 

ଅନ୍ୟପଟରେ ଆଜି ସମସ୍ତଙ୍କ ନଜର ରହଛି ଦୀପିକାଙ୍କ ଉପରେ । କାରଣ କରିଶ୍ମା ପ୍ରକାଶଙ୍କ ସହିତ ଡ୍ରଗ୍ସ ଚାର୍ଟରେ ଦୀପିକାଙ୍କ ନାଁ ଆସିବା ପର ଠାରୁ ଏହି ଘଟଣା ଭିତରକୁ ଟାଣି ହୋଇଆସିଛନ୍ତି ଦୀପିକା । ଡ୍ରଗ୍ସ ଚାର୍ଟ ନେଇ ଦୀପିକାଙ୍କ ମତ କଣ ଜାଣିବାକୁ ଚାହିଁଛି ଏନସିବି । କାହାଠାରୁ ସେ ଡ୍ରଗ୍ସ ମଗାଉଥିଲେ , କାହା ପାଇଁ ମଗାଉଥିଲେ, ନା ନିଜେ ଡ୍ରଗ୍ସ ନେଉଥିଲେ, ଡ୍ରଗ୍ସ ପାର୍ଟକୁ କେମିତି ଆସୁଥିଲା ଡ୍ରଗ୍ସ, କେଉଁ ମାନଙ୍କ ଜରିଆରେ ସେ ଡ୍ରଗ୍ସ ମଗାଉଥିଲେ , କେଉଁ ଡ୍ରଗ୍ସ ପେଡଲରଙ୍କ ସହିତ ରହିଛି ତାଙ୍କର ସଂପର୍କ , ଏସବୁ ପ୍ରଶ୍ନର ଜବାବ ଖୋଜୁଛି ଏନସିବି । ଏନସିବି ଅଧିକାରୀ ଦୀପିକାଙ୍କ ମୋବାଇଲକୁ ନିଜ ପାଖରେ ରଖି ହ୍ୱାଟସ୍ ଆପ୍ ଚାଟ୍ ନେଇ ଅଧିକ ଖୋଳତାଡ ଜାରି ରଖିଛି । ସକାଳ ପ୍ରାୟ ୧୦ଟାରୁ ଦୀପିକାଙ୍କୁ ପଚରାଉଚରା କରୁଛନ୍ତି ନାରକୋଟିକ୍ସ ବ୍ୟୁରୋର ଅଧିକାରୀ ।

Comments are closed.