‘ଦୃଶ୍ୟମ’ ଦେଖି ଶ୍ରଦ୍ଧାଙ୍କୁ ହତ୍ୟା କରିଥିଲା ଅଫତାବ ! ପଲିଗ୍ରାଫ ଟେଷ୍ଟରେ ଧରାପଡିଲା ସତ; ହତ୍ୟାକାଣ୍ଡରେ ବ୍ୟବହୃତ ୫ ଛୁରୀ ଜବତ କଲା ପୁଲିସ

308

କନକ ବ୍ୟୁରୋ : ଅଜୟ ଦେବଗନଙ୍କ ଅଭିନୀତ ‘ଦୃଶ୍ୟମ’ ଫିଲ୍ମ ଦେଖି ଶ୍ରଦ୍ଧାଙ୍କ ହତ୍ୟା କରିଥିବା ମାନିଛି ଅଭିଯୁକ୍ତ ଅଫତାବ । ପଲିଗ୍ରାଫ ଟେଷ୍ଟରେ ଏକଥା ଅଫତାବ ସ୍ୱିକାର କରିଥିବା ସୂଚନା ମିଳିଛି । ଅଭିଯୁକ୍ତ ଅଫତାବ ହତ୍ୟା କରି କିପରି ପ୍ରମାଣ ଲୁଚାଇବ ସେଥିପାଇଁ ସେ ‘ଦୃଶ୍ୟମ’ ପାର୍ଟ-୧ ଫିଲ୍ମ ଦେଖିଥିବା ମିଛ ଧରା ପରୀକ୍ଷାରେ ମାନିଛି । ଏପଟେ ଅଫତାବ ଶ୍ରଦ୍ଧାଙ୍କ ଶରୀରରେ ସିଗାରେଟ୍ ଚେଙ୍କ ଦେଉଥିବା ନେଇ ଶ୍ରଦ୍ଧାଙ୍କ ସାଙ୍ଗମାନେ କହିଛନ୍ତି ।

ଅଫତାବ ଶ୍ରଦ୍ଧାଙ୍କ ପିଠିରେ ଚେଙ୍କ ଦେଇଥିଲା । ଯେଉଁଥିପାଇଁ ଶ୍ରଦ୍ଧାଙ୍କ ସାଙ୍ଗମାନେ ଅଫତାବଙ୍କୁ ଧମକ ଦେଇଥିଲେ । ହେଲେ ପରେ ଶ୍ରଦ୍ଧା ତାଙ୍କୁ ଗ୍ରହଣ କରିନେଇଥିଲା ତାଙ୍କ ସାଙ୍ଗମାନେ କହିଛନ୍ତି । ଆଜି ଦ୍ୱିତୀୟ ଦିନରେ ଆଜି ପୁଣି ମାଷ୍ଟରମାଇଣ୍ଡ ଅଫତାବର ହେବ ପଲିଗ୍ରାଫ ଟେଷ୍ଟ । ଗୁରୁବାର ୮ଘଣ୍ଟା ଧରି ଦିଲ୍ଲୀର ରୋହିନୀ ଫରେନସିକ୍ ସାଇନ୍ସ ଲାବ୍ରୋଟରୀରେ ଅଫତାବର ପଲିଗ୍ରାଫ୍ ଟେଷ୍ଟ ତଥା ମିଛ ଧରା ପରୀକ୍ଷା କରଯାଇଥିଲା । ଅଫତାବ କିପରି ଶ୍ରଦ୍ଧାଙ୍କୁ ହତ୍ୟା କରି ତାଙ୍କ ଶରୀରକୁ ଖଣ୍ଡ ଖଣ୍ଡ କରି ବାହାରେ ପକାଇଥିଲେ । ସେ ନେଇ ଅଫତାବଙ୍କୁ ପ୍ରଶ୍ନ ପଚାରିଛି ଦିଲ୍ଲୀ ପୁଲିସ ।

ଆଜି ଆଉ କିଛି ପଚରାଉଚରା କରିବା ପରେ ଅଫତାବଙ୍କ ନାର୍କୋ ଟେଷ୍ଟ ପାଇଁ ପ୍ରକ୍ରିୟା ଆରମ୍ଭ ହେବ । ସେପଟେ ଶ୍ରଦ୍ଧାଙ୍କ ଶରୀର କାଟିବା ପାଇଁ ଅଫତାବ ବ୍ୟବହାର କରିଥିବା ୫ ଟି ଧାରୁଆ ଛୁରୀ ଜବତ କରିଛି ପୁଲିସ । ଜବତ ହୋଇଥିବା ୫-୬ ଇଞ୍ଚ ଲମ୍ବର ଛୁରୀକୁ ଫରେନସିକ୍ ପରୀକ୍ଷା ପାଇଁ ପଠାଯାଇଛି । କହିରଖୁଛୁ, ଏହି ମାମଲାର ତଦନ୍ତ ପାଇଁ ମୋଟ ୧୪ ଟିମ ଗଠନ କରାଯାଇଛି । ନାର୍କୋ ଓ ପଲିଗ୍ରାଫ ପରୀକ୍ଷା ପରେ ପ୍ରକୃତ ସତ୍ୟ ଜଣାପଡିବ ବୋଲି କୁହାଯାଉଛି ।