ବିଶ୍ୱ ଦେଖିଥିଲା ନବୀନଙ୍କ ଶାସନତନ୍ତ୍ରର ଝଲକ। ନ୍ୟାସନାଲ୍ ଜିଓଗ୍ରାଫିକ ଚ୍ୟାନେଲରେ ବାତ୍ୟା ‘ଫୋନି’ ମୁକାବିଲାର ସଫଳ ସୂତ୍ର ଜଣାଇଥିଲେ ମୁଖ୍ୟମନ୍ତ୍ରୀ , ଜାପାନରେ ପ୍ରଧାନମନ୍ତ୍ରୀଙ୍କ ମୁହଁରେ ହୋଇଥିଲା ଓଡିଶାର ବାଃ ବାଃ

63

ବିଶ୍ୱ ଦେଖିଲା ନବୀନଙ୍କ ଶାସନତନ୍ତ୍ରର ଝଲକ । ମ୍ୟାନ୍ ଭର୍ସେସ ୱାଇଲ୍ଡ ସୋ’ରେ ପ୍ରଧାନମନ୍ତ୍ରୀ ମୋଦି ନଜର ଆସିଥିବା ବେଳେ ନ୍ୟାସନାଲ ଜିଓଗ୍ରାଫିକ ଚ୍ୟାନେଲରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଖିବାକୁ ପାଇଲେ ବିଶ୍ୱବାସୀ । ନବୀନଙ୍କୁ ନେଇ ସୁଟିଂ ହୋଇଥିବା ସ୍ୱତନ୍ତ୍ର ସୋ’ରେ ଫୋନି ମୁକାବିଲାର ପୂରା କାହାଣୀ ବଖାଣିଥିଲେ ମୁଖ୍ୟମନ୍ତ୍ରୀ । ଏହି ସୋ’ରେ ଖାସକରି ଫୋନିର ସଫଳ ମୁକାବିଲାର ଝଲକ ଦେଖିବାକୁ ମିଳିଥିଲା । ବାତ୍ୟା ଫୋନି ମାଡି ଆସୁଥିବା ବେଳେ ରାଜ୍ୟ ସରକାର କିଭଳି ୨୪ ଘଣ୍ଟା ମଧ୍ୟରେ ୧୦ ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରିଥିଲେ ତାହା ସୋ’ରେ ବଖାଣିଥିଲେ ମୁଖ୍ୟମନ୍ତ୍ରୀ । ଫୋନିର ସଫଳ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ଅବଦାନକୁ ସୋ’ ମାଧ୍ୟମରେ ଦେଖିଥିଲେ ବିଶ୍ୱବାସୀ । ୧୯୯୯ ମହାବାତ୍ୟାରୁ ୨୦୧୯ ପ୍ରଳୟଙ୍କାରୀ ଫୋନି ପର୍ଯ୍ୟନ୍ତ, ବାତ୍ୟାକୁ ନେଇ ଗତ ଦୁଇ ଦଶନ୍ଧିର କାହାଣୀ କହିଛନ୍ତି ନବୀନ । ପ୍ରଳୟଙ୍କାରୀ ବାତ୍ୟା ଫୋନିର ସଫଳ ମୁକାବିଲା କରିଥିବା ନବୀନ ସରକାର ପ୍ରାକୃତିକ ବିପର୍ଯ୍ୟୟର ସଫଳ ମୁକାବିଲା କିଭଳି କରାଯାଇପାରିବ ସେ ବାବଦରେ ସାରା ବିଶ୍ୱକୁ କହିଥିଲେ ।

ପ୍ରଳୟଙ୍କରୀ ବାତ୍ୟା ଫୋନିର ସଫଳ ମୁକାବିଲାକୁ ନେଇ ସୁଟିଂ ହୋଇଥିବା ଏହି ସୋ’ର ନାଁ ଥିଲା MEGA CYCLONE FANI : ‘RESCUING A MILLION’। ନବୀନ ନିବାସରେ ଏହାର ଅଧିକାଂଶ ଭାଗ ସୁଟିଂ ହୋଇଥିବା ବେଳେ ଆଉ କିଛି ଭାଗ ବାତ୍ୟା ପ୍ରପୀଡିତ ଅଞ୍ଚଳରେ ସୁଟିଂ କରାଯାଇଥିଲା । ଏହାପୂର୍ବରୁ ବାତ୍ୟା ଫୋନିର ସଫଳ ମୁକାବିଲା ପାଇଁ ନବୀନଙ୍କୁ ଅର୍ନ୍ତଜାତୀୟ ଗଣମାଧ୍ୟମ ସହ ଜାତିସଂଘରୁ ମଧ୍ୟ ପ୍ରଂଶସା ମିଳିଥିଲା । ତେବେ ଫୋନି ସମୟରେ ରେସ୍କ୍ୟୁ ଅପରେସନ କିଭଳି ଥିଲା ତାହା ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଦେଖିଥିଲା ପୂରା ବିଶ୍ୱ । କେବଳ ଏତିକି ନୁହେଁ ରାଜ୍ୟସରକାରଙ୍କୁ ବିଦେଶରେ ବି ହୋଇଥିଲା ପ୍ରଶଂସା । ଜାପାନରେ ଓଡ଼ିଶା ସରକାରଙ୍କୁ ପ୍ରଶଂସା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଫୋନି କ୍ଷୟକ୍ଷତି ମୁକାବିଲା ଦିଗରେ ଓଡ଼ିଶା ସରକାରଙ୍କ କାମ ପ୍ରଶଂସନୀୟ । ଫୋନି ପୂର୍ବରୁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ତଥା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଥଇଥାନ୍ କରିଥିବା କଥା ବିଦେଶରେ ଉଠାଇଥିଲେ ମୋଦି । ବାତ୍ୟା ପୂର୍ବରୁ ସତର୍କ ହୋଇ ୨୪ ଘଣ୍ଟା ମଧ୍ୟରେ ୧୨ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ କରିବା କିଛି ଛୋଟ କଥା ନୁହେଁ । କାରଣ ବାତ୍ୟା ଖବର ପାଇବା ପରେ କୌଣସି ବି ଲୋକ ସହଜରେ ତାଙ୍କ ବାସଗୃହ ଛାଡ଼ି ଯିବାକୁ ମନ ବଳାଏ ନାହିଁ । ହେଲେ ଏଭଳି ସ୍ଥଳେ ରାଜ୍ୟ ସରକାର ଓ ପ୍ରଶାସନିକ ଅଧିକାରୀମାନେ ଐତିହାସିକ ସ୍ଥାନାନ୍ତରଣ ପ୍ରକ୍ରିୟା କରିଥିବାରୁ ଏତେ ଲୋକଙ୍କ ଜୀବନ ସୁରକ୍ଷିତ ହୋଇଯାଇଥିଲା ।

ଫୋନି କ୍ଷୟକ୍ଷତିକୁ ରୋକିବା ଦିଗରେ ଓଡ଼ିଶା ନେଇଥିବା ପଦକ୍ଷେପକୁ ପ୍ରଶଂସା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଜି-୨୦ ସମ୍ମିଳନୀରେ ଓଡ଼ିଶା ସରକାରଙ୍କ ସଫଳ ବିପର୍ୟ୍ୟୟ ମୁକାବିଲା ବିଷୟରେ ଆଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ ମୋଦି । ରାଜ୍ୟ ସରକାରଙ୍କ ଉପଯୁକ୍ତ ପଦକ୍ଷେପ ଯୋଗୁଁ ବାତ୍ୟା କ୍ଷୟକ୍ଷତିକୁ ରୋକାଯାଇ ପାରିଲା । ଉପକୂଳ ଅଞ୍ଚଳରେ ରହୁଥିବା ଲୋକମାନଙ୍କୁ ସ୍ଥାନାନ୍ତର କରିବା ଦିଗରେ ଓଡ଼ିଶା ସରକାରଙ୍କ କାର୍ୟ୍ୟ ପ୍ରଶଂସନୀୟ । ବାତ୍ୟାରେ କ୍ଷତିଗ୍ରସ୍ତ ଓଡ଼ିଶାକୁ ଆକାଶ ମାର୍ଗରେ ପ୍ରଧାନମନ୍ତ୍ରୀ ସର୍ବେକ୍ଷଣ କରିଥିବା ସୂଚନା ଆଦି କହିଥିଲେ ପ୍ରଧାନମନ୍ତ୍ରୀ । ଏହାପୂର୍ବରୁ ମଧ୍ୟ ନବୀନ ସରକାରଙ୍କୁ ଫୋନି ମୁକାବିଲା ନେଇ ପ୍ରଶଂସା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଜ୍ୟ ସରକାରଙ୍କ ତୁରନ୍ତ ପଦକ୍ଷେପ ତଥା ତତ୍ପରତା ପାଇଁ ଅନେକ ଜୀବନ ବଂଚିଯାଇଥିଲା ବୋଲି କହିଥିଲେ । ଅନ୍ୟପଟେ ଫୋନି ପାଇଁ ୫ ହଜାର କୋଟି ଆର୍ଥିକ ସହାୟତା ସହ ପ୍ରଭାବିତଙ୍କ ପାଇଁ ୫ଲକ୍ଷ ପକ୍କାଘର ଯୋଗାଇ ଦେବାକୁ ନବୀନ ମୋଦିଙ୍କ ନିକଟରେ ଦାବି କରିଥିଲେ । ରାଜ୍ୟ ସରକାରଙ୍କ ଦାବି ପୂରଣ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ମୋଦି ।