ଆସୁଛି ପଞ୍ଚାୟତ ନିର୍ବାଚନ, ଲୋକଙ୍କ ନିକଟତର ହେଉଛି କଂଗ୍ରେସ । ଜୟପୁରରେ ଲୋକଙ୍କ ସହ ତାଳରେ ତାଳ ମିଶାଇ ନାଚିଲେ ତାରା  

Advertisment
ଆସୁଛି ପଞ୍ଚାୟତ ନିର୍ବାଚନ, ଲୋକଙ୍କ ନିକଟତର ହେଉଛି କଂଗ୍ରେସ । ଜୟପୁରରେ ଲୋକଙ୍କ ସହ ତାଳରେ ତାଳ ମିଶାଇ ନାଚିଲେ ତାରା  

କନକ ବ୍ୟୁରୋ : ପୂର୍ବତନ ସାଂସଦ ତଥା ନବରଙ୍ଗପୁର କଂଗ୍ରେସ ରାଜନୀତିର ଜଣେ ପ୍ରମୁଖ ଚେହେରା ପ୍ରଦୀପ ମାଝୀ ଦଳ ଛାଡିଦେବା ପରେ ଶକ୍ତି ପ୍ରଦର୍ଶନ କରୁଛି କଂଗ୍ରେସ । ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ତିରୋଧାନ ଦିବସରେ ନବରଙ୍ଗପୁର ପାପଡାହାଣ୍ଡିରେ ଆୟୋଜନ ହୋଇଛି ସ୍ୱତନ୍ତ୍ର କାର୍ଯ୍ୟକ୍ରମ । ପାପଡାହାଣ୍ଡି ବ୍ଲକର ଜଲାବାଟ ହାଇସ୍କୁଲ ପଡିଆରେ ପ୍ରତିପକ୍ଷଙ୍କୁ ଦଳର ଏକତା ପ୍ରଦର୍ଶନ କରିବ କଂଗ୍ରେସ । ପଂଚାୟତ ନିର୍ବାଚନ ପୂର୍ବରୁ ଦଳ ଏକାଠି ରହିଥିବା ବର୍ତା ଦେବାପାଇଁ ଏଭଳି ଏକ ରଣନୀତି କରାଯାଇଛି ।

ରାଜ୍ୟ ପ୍ରଭାରୀ ଚେଲା କୁମାରଙ୍କ ସହ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ଏଆଇସିସି ସାଧାରଣ ସଂପାଦକ ରୁଦ୍ର ରାଜୁ, ସାଧାରଣ ସଂପାଦକ ମୋହନ ପ୍ରକାଶ, କୋରାପୁଟ ସାଂସଦ ସପ୍ତଗିରି ଉଲାକା, ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ । ଅବିଭକ୍ତ କୋରାପୁଟ ଜିଲ୍ଲାର କଂଗ୍ରେସ କର୍ମୀ ଓ ସମର୍ଥକଙ୍କୁ ନେଇ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ । ଆଗକୁ ଦଳର ରଣନୀତି କଣ ହେବ, ସେନେଇ ଏହି ସଭାରେ ସ୍ପଷ୍ଟ କରିବେ କଂଗ୍ରେସର ତୁଙ୍ଗ ନେତା ।

ସେପଟେ, ଜୟପୁର ଏୟାରଷ୍ଟ୍ରିପରେ ଆଦିବାସୀଙ୍କ ସହ ନାଚିଲେ ଚେଲା କୁମାର । ନବରଙ୍ଗପୁର ଗସ୍ତରେ ଥିବା ରାଜ୍ୟ ପ୍ରଭାରୀ ଚେଲା କୁମାର, ଜୟପୁର ବିଧାୟକଙ୍କ ସହ ମିଶି ଆଦିବାସୀଙ୍କ ପାଦରେ ପାଦ ମିଶାଇ ନାଚିଛନ୍ତି । ନବରଙ୍ଗପୁରରେ କଂଗ୍ରେସ ତାର ଶକ୍ତି ପ୍ରଦର୍ଶନ କରୁଥିବାବେଳେ ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ପହଂଚିଥିଲେ ରାଜ୍ୟ ପ୍ରଭାରୀ ଚେଲା କୁମାର । ତାଙ୍କୁ ସ୍ୱାଗତ କରିବା ପାଇଁ ସ୍ଥାନୀୟ ଆଦିବାସୀଙ୍କ ଦ୍ୱାରା ଢେମସା ନାଚ ପ୍ରଦର୍ଶନ କରାଯାଇଥିଲା । ଏତିକିବେଳେ ବିଧାୟକ ତାରା ବାହିନୀପତିଙ୍କ ସହ ଚେଲା କୁମାର ମଧ୍ୟ ଆଦିବାସୀଙ୍କ ସହ ପାଦ ମିଳାଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe