ସମ୍ବିତ ପାତ୍ରଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ କାରଣ ଦର୍ଶାଅ ନୋଟିସ୍ ! ଗତକାଲି ପୁରୀରେ ବିନା ଅନୁମତିରେ କରିଥିଲେ ରାଲି ।

320

କନକ ବ୍ୟୁରୋ : ଅଡୁଆରେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର । ପୁରୀରୁ ବିଜେପିର ସାଂସଦ ପ୍ରାର୍ଥୀ ହୋଇଥିବା ସମ୍ବିତଙ୍କୁ କାରଣ ଦର୍ଶାଇ ନୋଟିସ୍ ଜାରି କରାଯାଇଛି । ଜିଲ୍ଲା ପ୍ରଶାସନ ତରଫରୂୁ ସମ୍ବିତ ପାତ୍ରଙ୍କୁ ଏହି ନୋଟିସ ଜାରି କରାଯାଇଛି । ଗତକାଲି ପୁରୀରେ ସମ୍ବିତ ଏକ ବିଶାଳ ରାଲି କରିଥିଲେ । ତେବେ ଏହି ରାଲି ପାଇଁ ସେ କୌଣସି ଅନୁମତି ନେଇନଥିବା ଜଣାପଡିଛି । ଯେଉଁଥିପାଇଁ ଜିଲ୍ଲା ପ୍ରଶାସନ ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛି । ପୁରୀରେ ବିଜେପି ସାଂସଦ ପ୍ରାର୍ଥୀ ଭାବେ ଲଢୁଛନ୍ତି ସମ୍ବିତ ପାତ୍ର ।