ସତ୍ୟବାଦୀ ବିଧାୟକ ଉମା ସାମନ୍ତରାୟଙ୍କୁ କାରଣ ଦର୍ଶାଅ ନୋଟିସ : ବିଧାୟକଙ୍କ ବାସଭବନରେ ପହଂଚିଲା ପୁରୀ ସମୁଦ୍ରକୂଳ ଥାନାର ସ୍ୱତନ୍ତ୍ର ଟିମ୍ , କରୋନା ସଂକ୍ରମିତ ହୋଇ ମହାରଥୀଙ୍କ ଅନ୍ତିମ ଯାତ୍ରାରେ ହୋଇଥିଲେ ସାମିଲ

ଏପଟେ କ୍ଷମା ମାଗିଲେ ଉମା ସାମନ୍ତରାୟ

142

କନକ ବ୍ୟୁରୋ : ସତ୍ୟବାଦୀ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି  । ସିଆରପିସି-୪୧(ଏ) ଅନୁଯାୟୀ କାରଣ ଦର୍ଶାଅ ନୋଟିସ ହୋଇଛି । ଉମାଙ୍କ ସରକାରୀ ବାସଭବନରେ ସମୁଦ୍ର କୂଳ ଥାନାର ଟିମ୍ ପହଞ୍ଚିଛନ୍ତି । ୭ଦିନ ଭିତରେ କରାଣ ଦର୍ଶାଇବାକୁ ଉମା ସାମନ୍ତରାୟଙ୍କୁ ନୋଟିସ୍ କରାଯାଇଛି  । କୋଭିଡ୍ ପଜିଟିଭ ଥାଇ ମଧ୍ୟ ସ୍ୱର୍ଗତ ବିଜେଡି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଅନ୍ତିମ ସଂସ୍କାରରେ ସାମିଲ ହୋଇଥିଲେ ଉମା ସାମନ୍ତରାୟ । କରୋନା ଆକ୍ରାନ୍ତ ଥାଇ ବି ସେ ସଙ୍ଗରୋଧରେ ନ ରହି ଅନ୍ତିମ ସଂସ୍କାରରେ ସାମିଲ ହୋଇଥିବା ନେଇ ବିଧାୟକଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ ଉଭୟ ବିଜେପି ଯୁବ ମୋର୍ଚ୍ଚା ଏବଂ ଜଗନ୍ନାଥ ସେନା ।

ଏହା ପରେ ଆଜି ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । ସେପଟେ ଅନ୍ତିମ ସଂସ୍କାରରେ ସାମିଲ ହୋଇଥିବା ନେଇ ନିଜ ବୁଲକୁ ସ୍ୱୀକାର କରିଛନ୍ତି ଏବଂ କ୍ଷମା ମାଗିଛନ୍ତି । ବିଧାୟକଙ୍କ କହିବାନୁସାରେ, ସଂକ୍ରମିତ ଥାଇ ସ୍ୱର୍ଗଦ୍ୱାର ଯିବା ଏବଂ ଅନ୍ତିମ ସଂସ୍କାରରେ ଯୋଗ ଦେବା ମୋର ପାଇଁ ସଂପୂର୍ଣ୍ଣ ଭୁଲ୍ ଥିଲା । ସରକାରଙ୍କ ଆଇନ ଉଦ୍ଧ୍ୱର୍ରେ କେହି ନୁହନ୍ତି । ତେବେ ଆଇନ ଅନୁଯାୟୀ ମୋ ପ୍ରତି ଯେଉଁ ପଦକ୍ଷପେ ନିଆଯିବ ତାକୁ ସେ ମାନିବାକୁ ପ୍ରସ୍ତୁତ ବୋଲି କହିଛନ୍ତି ।</p>