ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସଙ୍କ ଅଚାନକ ପୁରୀ ଜିଲ୍ଲା ସ୍କୁଲ ଗସ୍ତ : ଦରଖାସ୍ତ ନଦେଇ ଅନୁପସ୍ଥିତ ଥିବା ପ୍ରଧାନ ଶିକ୍ଷୟତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ

୩ଜଣ ଶିକ୍ଷକ ଶିକ୍ଷୟତ୍ରୀଙ୍କ ଦିନକର ଦରମା ବନ୍ଦ ପାଇଁ ନିର୍ଦ୍ଦେଶ

295

କନକ ବ୍ୟୁରୋ : ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ ଅଚାନକ ପୁରୀ ଜିଲ୍ଲା ସ୍କୁଲ ଗସ୍ତ କରିଛନ୍ତି । ହେଲେ ସ୍କୁଲରେ ଏହି ସମୟରେ ପ୍ରଧାନ ଶିକ୍ଷୟତ୍ରୀ ଆଉ ଶିକ୍ଷକ ଶିକ୍ଷୟତ୍ରୀ ନଥିଲେ । ଦରଖାସ୍ତ ନଦେଇ ଅନୁପସ୍ଥିତ ଥିବା ପ୍ରଧାନ ଶିକ୍ଷୟତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ମନ୍ତ୍ରୀ । ଏହା ସହ ଛୁଟିରେ ଥିବା ଶିକ୍ଷକ ଶିକ୍ଷୟତ୍ରୀଙ୍କ ଗୋଟିଏ ଦିନର ଦରମା କାଟିବା ପାଇଁ ଡିଇଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ନୂତନ ପାର୍ଟନ ସମ୍ପର୍କରେ ଅବଗତ କରାଇବା ପାଇଁ ଯେଉଁ ପରୀକ୍ଷା ଜାନୁଆରୀ, ଫେବୃୟାରୀରେ ହୋଇନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ମନ୍ତ୍ରୀ । ଏହା ସହ ମାର୍ଚ୍ଚରେ ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଥିଲେ ମନ୍ତ୍ରୀ ।