ରାହୁଲ ଦ୍ରାବିଡ ହେବେ ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ୍ ! ବଢିଲା ଚର୍ଚ୍ଚା…

227

କନକ ବ୍ୟୁରୋ : ରାହୁଲ ଦ୍ରାବିଡ ହୋଇପାରନ୍ତି ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ୍ । ଏନେଇ ସେ ସହମତି ପ୍ରକାଶ କରିଥିବା ଜାତୀୟ ଗଣମାଧ୍ୟରେ ଖବର ପ୍ରକାଶ ପାଇଛି । ଗତକାଲି ଆଇପିଏଲ  ଫାଇନାଲ ବେଳେ ୟୁଏଇରେ ତାଙ୍କ ସହ ଆଲୋଚନା କରିଥିଲେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଓ ସଂପାଦକ ଜୟ ଶାହା ।

ତେବେ ଟିମ୍ ଇଣ୍ଡିଆ ମୁଖ୍ୟ କୋଚ୍ ଭାବେ ଦାୟିତ୍ୱ ନେବା ପୂର୍ବରୁ ଜାତୀୟ କ୍ରିକେଟ ଏକାଡେମୀ ମୁଖ୍ୟ ପଦରୁ ଇସ୍ତଫା ଦେବେ ଦ୍ରାବିଡ । ବୋଲିଂ କୋଚ୍ ଭାବେ ପାରସ ମାହାମ୍ବ୍ରେଙ୍କୁ ଦାୟିତ୍ୱ ମିଳିପାରେ । ଦଳର ବ୍ୟାଟିଂ କୋଚ୍ ଭାବେ ବିକ୍ରମ ରାଠୋଡ ଏବଂ ଫିଲ୍ଡିଂ କୋଚ୍ ପଦ ବଜାୟ ରଖିପାରନ୍ତି ଆର. ଶ୍ରୀଧର । ଆଗାମୀ ୨ ବର୍ଷ ପାଇଁ ଅର୍ଥାତ ୨୦୨୩ ଯାଏଁ ମୁଖ୍ୟ କୋଚ୍ ପଦରେ ରହିବା ପାଇଁ ରାହୁଲ ଦ୍ରାବିଡଙ୍କ ସହ ଚୁକ୍ତି କରାଯିବ । ଏଥିପାଇଁ ତାଙ୍କୁ ୧୦ କୋଟି ଟଙ୍କା ଦରମା ଆକାରରେ ମିଳିବ । ପୂର୍ବରୁ ଟି-୨୦ ବିଶ୍ୱକପ ପରେ ଟିମ୍ ଇଣ୍ଡିଆ ମୁଖ୍ୟ କୋଚ୍ ପଦରୁ ଇସ୍ତଫା ଦେବା ନେଇ ଘୋଷଣା କରିଥିଲେ ରବି ଶାସ୍ତ୍ରୀ । ତେଣୁ ନ୍ୟୁଜିଲାଣ୍ଡ ସିରିଜ ବେଳକୁ ଦାୟିତ୍ୱ ଗ୍ରହଣ କରିପାରନ୍ତି ରାହୁଲ ଦ୍ରାବିଡ ।