ପାଣି ଆମ ଶରୀର ପାଇଁ ସବୁଠାରୁ ଜରୁରୀ ତତ୍ୱ ମଧ୍ୟରୁ ଏକ । ଛିଡା ହୋଇ ପାଣି ପିଉଥିବା ଲୋକ ୯୯ ପ୍ରତିଶତ ଜାଣି ନଥିବେ ଯେ ଏହା ଦ୍ୱାରା ଶରୀରକୁ କ୍ଷତି ପହଂଚେ । କିନ୍ତୁ ପାଣି ପିଇବାର ବି ଏକ ଶୈଳୀ ଅଛି, ଯାହାକି ବସି କି ଆରାମରେ ପାଣି ପିଇବା ଉଚିତ । ଆସନ୍ତୁ ଜାଣିବା ଛିଡା ହୋଇ ପାଣି ପିଇଲେ କ’ଣ ଅସୁବିଧା ହୁଏ ।
ଯେଉଁମାନେ ଛିଡା ହୋଇ ପାଣି ପିଅନ୍ତି, ସେମାନଙ୍କ ଠାରେ କେତେକ ସାଂଘାତିକ ରୋଗ ହେବାର ସମ୍ଭାବନା ବଢ଼ିଯାଏ । କାହିଁକିନା, ଯେଉଁମାନେ ଛିଡା ହୋଇ ପାଣି ପିଅନ୍ତି, ତାହାର ସିଧା ପ୍ରଭାବ ଶରୀରରେ ଥିବା ତରଳ ପଦାର୍ଥ ଉପରେ ପଡେ । ଯାହା ଆମର ଗଣ୍ଠିରେ ଥାଏ । ଏହି ତରଳ ପଦାର୍ଥ ଛିଡା ହୋଇ ପାଣି ପିଇବା ଦ୍ୱାରା ଆହୁରି ବି ପତଳା ହୋଇଯାଏ । ଯଦ୍ୱାରା ଆମର ଗଣ୍ଠି ବ୍ୟଥା, ଅଣ୍ଟା ବିନ୍ଧା, ଆଣ୍ଠୁ ବ୍ୟଥା ଭଳି ସମସ୍ୟା ଦେଖିବାକୁ ମିଳେ । ଯଦି ଆପଣଙ୍କ ଏଭଳି ଅଭ୍ୟାସ ଅଛି ତେବେ ଆଜି ହିଁ ଏହାକୁ ବଦଳାନ୍ତୁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/05/drinking-water.png)
/kanak/media/post_attachments/wp-content/uploads/2018/05/2-3.jpg)