ଫାଶୀ ଦଣ୍ଡାଦେଶ ବଦଳରେ ଅନ୍ୟ ପଦ୍ଧତିକୁ ଲାଗୁ କରାଯିବ କି ନାହିଁ? ବିଚାର କରିବାକୁ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ...

ଫାଶୀ ଦଣ୍ଡାଦେଶ ବଦଳରେ ଅନ୍ୟ ପଦ୍ଧତିକୁ ଲାଗୁ କରାଯିବ କି ନାହିଁ? ବିଚାର କରିବାକୁ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ...

କନକ ବ୍ୟୁରୋ: ମୃତ୍ୟୁ ଦଣ୍ଡାଦେଶ ପାଇଁ ଫାଶୀ ବଦଳରେ ଅନ୍ୟ ପଦ୍ଧତି ଲାଗୁ କରାଯିବ ନା ନାହିଁ? ଏହା ଉପରେ ଖୁବ୍ଘୀଘ୍ର ସୁପ୍ରିମକୋର୍ଟ ବିଚାର କରିବାକୁ ଯାଉଛନ୍ତି । ଏକ ଆବେଦନର ଶୁଣାଣି କରି କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟ ପଚାରିଛନ୍ତି ଯେ ମୃତ୍ୟୁ ଦଣ୍ଡ ପାଇଁ କ’ଣ ଫାଶୀର ପ୍ରକିୟା ଯନ୍ତ୍ରଣାଦାୟକ? ଆଉ ଯଦି ଏହା ଯନ୍ତ୍ରଣାଦାୟକ, ତେବେ ଏହି ଯନ୍ତ୍ରଣାକୁ କମ୍ କରାଯାଇପାରିବ କି?

ଶୁଣାଣି ବେଳେ ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ କହିଛନ୍ତି, ଦଣ୍ଡ ଦେବାର ଏହି ପ୍ରକ୍ରିୟା ସଠିକ୍ ନା ଏହାର କୌଣସି ଅଲଗା ପଦ୍ଧତି ଅଛି, ଯାହାକୁ ସମସ୍ତେ ଗ୍ରହଣ କରିପାରିବେ । ଫାଶୀର ଦଣ୍ଡାଦେଶକୁ କ’ଣ ଅସାମ୍ବିଧାନିକ ଘୋଷଣା କରାଯାଇପାରିବ । ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଆଟର୍ଣ୍ଣି ଜେନେରାଲଙ୍କୁ ମେ’ ୨ ତାରିଖ ସୁଦ୍ଧା ଜବାବ ଦାଖଲ କରିବାକୁ କହିଛନ୍ତି । ସରକାରଙ୍କ ଜବାବ ପରେ ଏନେଇ ଏକ ବିଶେଷଜ୍ଞ କମିଟି ଗଠନ କରାଯାଇପାରେ ବୋଲି ମଧ୍ୟ କୋର୍ଟ ସଙ୍କେତ ଦେଇଛନ୍ତି । ‘ଟୁ ବି ହ୍ୟାଙ୍ଗଡ୍ ଟିଲ୍ ଡେଥ‘ ବା ମୃତ୍ୟୁ ପର୍ଯ୍ୟନ୍ତ ଫାଶୀ ଖୁଣ୍ଟରେ ଝୁଲିବାକୁ ଏକ ନିଷ୍ଠୁର ଓ ଅମାନବୀୟ ଉପାୟ ବୋଲି ସୁପ୍ରିମକୋର୍ଟରେ ଦର୍ଶାଇଛନ୍ତି ଆଇନଜୀବୀ ଋଷି ମଲହୋତ୍ରା । ଆବେଦନରେ କୁହାଯାଇଛି, ଫାଶୀ ଦେବା ପାଇଁ ସମସ୍ତ ପ୍ରକ୍ରିୟା ବହୁଲମ୍ବା । ମୃତ୍ୟୁ ସୁନିଶ୍ଚିତ କରିବା ପାଇଁ ଦୋଷୀକୁ ଫାଶୀ ଦେବା ପରେ ମଧ୍ୟ ଅଧଘଣ୍ଟା ଯାଏଁ ଝୁଲାଇ ରଖାଯାଇଥାଏ । ଆବେଦନରେ ଆହୁରି କୁହାଯାଇଛି ଯେ, କିଛି ଦେଶ ଫାଶୀ ଖୁଣ୍ଟ ବ୍ୟବହାର କରିବା ବନ୍ଦ କରିଦେଇଛନ୍ତି । ଭାରତରେ ମଧ୍ୟ ଏଭଳି ହେବା ଦରକାର । ମୃତ୍ୟୁ ପାଇଁ ଇଞ୍ଜେକ୍ସନ, ଗୁଳି ଚାଳନା କିମ୍ବା ଇଲେକ୍ଟ୍ରିକ ଚେୟାର ବ୍ୟବହାର ଭଳି ପଦ୍ଧତିକୁ ଆପଣାଇବା ଦରକାର ବୋଲି ଆବେଦନରେ କୁହାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe