କନକ ବ୍ୟୁରୋ: ଆଠଗଡରେ ଦାଦାବଟିକୁ କେନ୍ଦ୍ର କରି ଫୁଟିଲା ଗୁଳି । ଚାନ୍ଦା ଦେବାକୁ ମନା କରିବାରୁ ଗୁଳି ମାଡର ଶିକାର ହେଲେ ଟ୍ରାକ୍ଟର ଡ୍ରାଇଭର । ଆଠଗଡ ଥାନା ଅନ୍ତର୍ଗତ ମହିଧରପୁର ଗାଁରେ ଚାନ୍ଦା ପାଇଁ ଗୁଳି ମାଡ ହୋଇଛି । ରାସ୍ତା କଡରେ ମାଟି ପକାଉଥିବା ବେଳେ ଟ୍ରାକ୍ଟର ଡ୍ରାଇଭର ବିଶ୍ୱଜିତ ପଲେଇଙ୍କୁ ୩ରୁ ୪ ଜଣ ଯୁବକ ଦାଦାବଟି ମାଗିଥିଲେ । ବଟି ନଦେବାରୁ ଗୁଳି କରି ଫେରାର ହୋଇଯାଇଛନ୍ତି ଦୁର୍ବୃତମାନେ । ଗୁରୁତର ଅବସ୍ଥାରେ ବିଶ୍ୱଜିତଙ୍କୁ ପ୍ରଥମେ ଆଠଗଡ ମେଡିକାଲକୁ ଅଣାଯାଇଥିଲା । ହେଲେ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।