ଓଡିଶା ସୀମାନ୍ତ ଝାଡଖଣ୍ଡ ଗେର୍ଦ୍ଦା ଅଂଚଳରେ ଗୁଳିକାଣ୍ଡ: ଅଜଣା ଦୁବୃର୍ତ୍ତଙ୍କ ଗୁଳିମାଡରେ ଟଳି ପଡିଲେ ପିଏଲଏଫଆଇର ପୂର୍ବତନ ସଦସ୍ୟ

ପୁଲିସ ଇନଫର୍ମର ସନ୍ଦେହରେ ଥିଲେ ପିଏଲଏଫଆଇର ଟାର୍ଗେଟ୍

127

କନକ ବ୍ୟୁରୋ: ଦୀପାବଳୀରେ ଫୁଟିଲା ଗୁଳି । ଓଡିଶା ସୀମାନ୍ତ ଝାଡଖଣ୍ଡ ଗେର୍ଦା ଅଂଚଳରେ ହୋଇଥିବା ଏହି ଗୁଳିକାଣ୍ଡରେ ପିଏଲଏଫଆଇର ପୂର୍ବତନ ସଦସ୍ୟ ପ୍ରାଣ ହରାଇଛନ୍ତି । ମୃତ ଯୁବକ ଜଣଙ୍କ ହେଲେ ମଦନ ମାଝୀ । ୮ବର୍ଷ ହେଲା ମଦନ ଓଡିଶାର ନୂଆଗାଁ ବ୍ଲକ ଅନ୍ତର୍ଗତ ପୁରୁଣାପାଣିରେ ରହୁଥିଲେ । ଆଜି ଝାଡଖଣ୍ଡର ଗେର୍ଦା ଫାଣ୍ଡି ଅନ୍ତର୍ଗତ ଜମଦେଇ ଜଙ୍ଗଲରେ ତାଙ୍କୁ ଗୁଳି କରାଯାଇଛି ।

କୁକୁଡା ଲଢେଇ ଚାଲିଥିବା ବେଳେ ସନ୍ଧ୍ୟା ପ୍ରାୟ ସାଢେ ୫ଟା ସମୟରେ ଏହି ଗୁଳିକାଣ୍ଡ ଘଟିଛି । ସାଙ୍ଗସାଥିଙ୍କ ସହିତ ଫେରୁଥିବା ବେଳେ ମଦନଙ୍କ ଉପରକୁ ଅଜଣା ଦୁବୃର୍ତଙ୍କ ପକ୍ଷରୁ ୫ରାଉଣ୍ଡ ଗୁଳି ଚାଳନା ହୋଇଥିଲା । ମଦନଙ୍କୁ ରାଉରକେଲା ଆଇଜିଏଚକୁ ସ୍ଥାନାନ୍ତର କରାଯାଉଥିବା ବେଳେ ତାଙ୍କର ମୃତ୍ୟୁ ହୋଇଛି । ଏହା ପିଏଲଏଫଆଇ ସଂଗଠନର କାମ ବୋଲି କୁହାଯାଉଛି । ପୂର୍ବଶତ୍ରୁତା କିମ୍ବା ପୋଲିସ ଇନଫର୍ମର ସନ୍ଦେହରେ ଏହି ହତ୍ୟାକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି ।