‘ଶଟ୍ ଅପ୍ ସୋନା’ । ଖୁବ ଶୀଘ୍ର ଆସୁଛି ସିଙ୍ଗର ସୋନା ମହାପାତ୍ରଙ୍କ ଡକ୍ୟୁମେଣ୍ଟାରୀ ଫିଲ୍ମ

121

କନକ ବ୍ୟୁରୋ: ବଲିଉଡର ବିବାଦୀୟ ଗାୟିକା ସୋନା ମହାପାତ୍ର ଅନେକ ସମୟରେ ଚର୍ଚ୍ଚାରେ ରହିଆସିଛନ୍ତି । କେତେବେଳେ ନିଜ ବୟାନକୁ ନେଇ ତ କେତେବେଳେ ନିଜ ଗୀତକୁ ନେଇ । ଏବେ ଏହି ବିବାଦୀୟ ସିଙ୍ଗର ତିଆରି କରିଛନ୍ତି ନିଜର ଏକ ଡକ୍ୟୁମେଣ୍ଟାରୀ ଫିଲ୍ମ ‘ଶଟ୍ ଅପ୍ ସୋନା’, ଯାହା ଜୁଲାଇ ୧ ତାରିଖରେ ରିଲିଜ ହେବ ।

ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଦିପ୍ତୀ ଗୁପ୍ତା ଓ ପ୍ରଯୋଜନା ଭାର ନେଇଛନ୍ତି ନିଜେ ସୋନା ମହାପାତ୍ର । ଅନେକ ସମୟରେ ସୋନାଙ୍କୁ ପରୋକ୍ଷ ତଥା ପତ୍ୟକ୍ଷ ଭାବେ ଚୁପ୍ ରହିବାକୁ କୁହାଯାଇଛି । ପ୍ରଫେସନାଲ ସାଙ୍ଗକୁ ପର୍ସନାଲ ଲାଇଫରେ ମଧ୍ୟ ତାଙ୍କୁ ଏଭଳି ପରିସ୍ଥିତି ଦେଇ ଗତି କରିବାକୁ ପଡିଛି ବୋଲି ଏକ ସାକ୍ଷାତକାରରେ ସୋନା କହିଛନ୍ତି । ତେଣୁ ନିଜ ଜୀବନର କିଛି ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତକୁ ସୋନା ଏହି ଡକ୍ୟୁମେଣ୍ଟାରୀ ଜରିଆରେ ଦର୍ଶକଙ୍କୁ ଦେଖାଇବାକୁ ଚେଷ୍ଟା କରିଛନ୍ତି ।

‘ଶଟ୍ ଅପ୍ ସୋନା’ ଜି-୫ ଚ୍ୟାନେଲରେ ମୁକ୍ତିଲାଭ କରିବ । ତେବେ ଚ୍ୟାନେଲ ଜରିଆରେ ଏକ ବୋଲ୍ଡ ଓ ଗୁରୁତ୍ୱପୂର୍ଣ୍ଣ କାହାଣୀ ଦର୍ଶକଙ୍କ ପାଖରେ ପହଞ୍ଚାଇବକୁ କମ୍ପାନୀ ପକ୍ଷରୁ ଚେଷ୍ଟା କରାଯାଇଥିବା ଜି-୫ ଚିଫ୍ ବିଜିନେଶ୍ ଅଫିସ ମନୀଷ କାରଲା କହିଛନ୍ତି । ଏକାଧିକ ଫିଲ୍ମ ପେଷ୍ଟିଭାଲରେ ଶଟ୍ ଅପ୍ ସୋନାର ସ୍କ୍ରିନିଙ୍ଗ କରାଯାଇଥିବାବେଳେ ୨୦୨୧ ରେ ଫିଲ୍ମର ଏଡିଟିଙ୍ଗକୁ ନେଇ ଏହି ଫିଲ୍ମକୁ ଜାତୀୟ ପୁରସ୍କାର ପ୍ରଦାନ କରାଯାଇଥିଲା ।