୩ ଜିଲ୍ଲାରୁ ଆଜି ସକାଳ ୧୦ଟାରେ ହଟିବ ସଟଡାଉନ୍ କଟକଣା । ତାଲାବନ୍ଦର ଅବଶିଷ୍ଟ ଅବଧିରେ ସର୍ତ୍ତମୂଳକ ଭାବେ ଖୋଲିବ ଲାଇସେନ୍ସପ୍ରାପ୍ତ ଦୋକାନ । ମାକ୍ସ ପିନ୍ଧିବା, ସାମାଜିକ ଦୂରତା ରଖିବା ବାଧ୍ୟତାମୂଳକ

୩ ଜିଲ୍ଲାରୁ ଆଜି ସକାଳ ୧୦ଟାରେ ହଟିବ ସଟଡାଉନ୍ କଟକଣା । ତାଲାବନ୍ଦର ଅବଶିଷ୍ଟ ଅବଧିରେ ସର୍ତ୍ତମୂଳକ ଭାବେ ଖୋଲିବ ଲାଇସେନ୍ସପ୍ରାପ୍ତ ଦୋକାନ । ମାକ୍ସ ପିନ୍ଧିବା, ସାମାଜିକ ଦୂରତା ରଖିବା ବାଧ୍ୟତାମୂଳକ

କନକ ବ୍ୟୁରୋ: ଯାଜପୁର ଜିଲ୍ଲାରେ ଲାଗୁ ହୋଇଥିବା ସଟଡାଉନ କଟକଣା ଆଜି ସକାଳ ୧୦ଟାରେ ଶେଷ ହେବ । ୨୩ ତାରିଖ ରାତି ୧୦ଟାରୁ ଜିଲ୍ଲାରେ ସଟଡାଉନ କଟକଣା ଜାରି ହୋଇଥିଲା । ଏହି ସମୟରେ ଜିଲ୍ଲାର ସବୁ ଦୋକାନ ବଜାର ବନ୍ଦ ରହିଥିଲା । ତେବେ ଆଜି ସଟଡାଉନ ଉଠିବା ପରେ ଲକଡାଉନର ଅବଶିଷ୍ଟ ସମୟ ଅବଧି ମଧ୍ୟରେ ସମଗ୍ର ଜିଲ୍ଲାରେ ଥିବା ଗୋଟିକିଆ ଲାଇସେନ୍ସପ୍ରାପ୍ତ ଦୋକାନ ସବୁ ସେମାନଙ୍କ ଅଧା କର୍ମଚାରୀଙ୍କୁ ନେଇ ଏବଂ ସାମାଜିକ ଦୂରତା ରକ୍ଷା କରି ଖୋଲିବାକୁ ଅନୁମତି ଦିଆଯାଇଛି । ଦୋକାନୀମାନେ ସକାଳ ୬ଟାରୁ ଦିନ ୧୦ଟା ଓ ଅପରାହ୍ନ ୪ଟାରୁ ସନ୍ଧ୍ୟା ୭ଟା ମଧ୍ୟରେ ଦୋକାନ ଖୋଲିପାରିବେ ।

ଗ୍ରାମାଂଚଳ ଓ ପୌରାଚଂଳର ମାର୍କେଟ କମ୍ପେ୍ଲକ୍ସରେ ଥିବା ଦୋକାନୀମାନେ ମଧ୍ୟ ଏହି ନିୟମ ପାଳନ କରିବାକୁ ଜିଲ୍ଲାପ୍ରଶାସନ ପକ୍ଷରୁ କୁହାଯାଇଛି । ଏହି ସମୟରେ ସମସ୍ତ କ୍ରେତା, ବିକ୍ରେତା ଓ କର୍ମଚାରୀ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ତେବେ ଯାଜପୁର ଓ ବ୍ୟାସନଗର ପୌରାଂଚଳରେ ଥିବା ସିଙ୍ଗିଲ ଓ ମଲଟି ବ୍ରାଣ୍ଡ ମଲ ବନ୍ଦ ରହିବ । ହେଲେ ସେମାନେ କେବଳ ଖାଦ୍ୟ ପଦାର୍ଥ, ତେଜରାତି , ଫଳ, ପନିପରିବା, ଦୁଗଧଜାତ ପଦାର୍ଥ, ମାଛ, ମାଂସ, ଅଣ୍ଡା, ବ୍ୟକ୍ତିଗତ ପରିଛନ୍ନତା ସାମଗ୍ରୀ ସବୁ ବିକ୍ରୟ କରିପାରିବେ । ହୋଟେଲ ଓ ରେଷ୍ଟୁରାଂଟମାନେ ପାର୍ସଲ ମାଧ୍ୟମରେ ଖାଦ୍ୟ ବିକ୍ରୟ କରିପାରିବେ ।

ଭଦ୍ରକ ଜିଲ୍ଲାରେ ମଧ୍ୟ ଆଜି ସକାଳ ୧୦ଟାରେ ହଟିବ ସଟଡାଉନ କଟକଣା । କଟକଣା ହଟିବା ପରେ ଭଦ୍ରକ ପୌରାଂଚଳରେ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲିବ । ଏଥିସହ ପାଥୋଲାବ, ତେଜରାତି ଦୋକାନ, ପରିବା ଦୋକାନ, ମାଛ, ମାଂସ, ବହି ଦୋକାନ, ଏଲପିଜି ଗ୍ୟାସ ଏଜେନ୍ସି, କୃଷି ଉପକରଣ, ଗୃହ ନିର୍ମାଣ ଉପକରଣ, ହାର୍ଡଓୟାର ଷ୍ଟୋର, ଇଲେକ୍ଟ୍ରି ଦୋକାନ, ମୋବାଇଲ ରାଚାର୍ଜ ସେଂଟର, ଇଲକଟ୍ରୋନିକ୍ସ ଦୋକାନ, ଅଟୋମୋବାଇଲ ଯନ୍ତ୍ରାଂଶ, ମଟର ସାଇକେଲ ଗ୍ୟାରେଜ, ସାଇକେଲ ମରାମତି ଦୋକାନ ଓ ଜେରକ୍ସ ଆଦି ଦୋକାନ ଖୋଲା ରହିବ । ପ୍ରତ୍ୟକ ଦୋକାନ ସକାଳ ୫ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ଖୋଲା ରହିବ ।

ଫଳ ଓ କ୍ଷୀର ଦୋକାନ ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଖୋଲା ରହିବ । ଔଷଧ ଓ ଚଷମା ଦୋକାନ ସକାଳ ୬ରୁ ରାତି ୧୦ଟା ପର୍ଯ୍ୟନ୍ତ ଖୋଲା ରହିବ । ପୌରାଂଚଳରେ ଥିବା ପେଟ୍ରୋଲ ପମ୍ପ ସକାଳ ୬ରୁ ସନ୍ଧ୍ୟା ୬ଟା ଯାଏ ଖୋଲିବ । ଡାକ୍ତରଖାନା ଓ ଆମ୍ବୁଲାନ୍ସ ୨୪ ଘଂଟିଆ ଖୋଲା ରହିବ । ରେଷ୍ଟୁରାଂଟରୁ ପାର୍ସଲ ନେଇପାରିବେ । ତେବେ ଚା ଦୋକାନ, ଜଳଖିଆ ଦୋକାନ, ହୋଟେଲ, ଗହଣା ଦୋକାନ, ସେଲୁନ, ବିଉଟି ପାର୍ଲର, ଜିମ୍, କପଡା ଦୋକାନ , ପାନ ଦୋକାନ ଆଦି ଖୋଲିବ ନାହିଁ । କିନ୍ତୁ ଏହି ସମୟରେ ସାମାଜିକ ଦୂରତା ମାନିବା ଓ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ନିୟମ ନମାନିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe