କନକ ବ୍ୟୁରୋ : ଓଡ଼ିଶାରେ ମିଳୁନାହାନ୍ତି ଡାକ୍ତର । ଖାଲି ପଡୁଛି ଡାକ୍ତର ପଦବୀ । ହାଇକୋର୍ଟରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏପରି ସତ୍ୟପାଠ ଦିଆଯାଇଛି । ସତ୍ୟପାଠ ଅନୁସାରେ ରାଜ୍ୟରେ ଖାଲି ପଡ଼ିଥିବା ଡାକ୍ତର ପଦବୀ ପୁରଣ ପାଇଁ ନିୟମିତ ବିଜ୍ଞପ୍ତି ପ୍ରକାଶ ପାଉଛି । ହେଲେ ପଦବୀ ସଂଖ୍ୟାର ଅଧା ବି ଆବେଦନ ମିଳୁନାହିଁ ।

Advertisment

ସ୍ୱାସ୍ଥ୍ୟ ବିଭାଗର ଯୁଗ୍ମ ସଚିବ ଦାଖଲ କରିଥିବା ସତ୍ୟପାଠ ଅନୁସାରେ ରାଜ୍ୟ ସରକାର ଓଡ଼ିଶା ଲୋକସେବା ଆୟୋଗ ମାଧ୍ୟମରେ ଖାଲି ପଡ଼ିଥିବା ପଦବୀ ପୂରଣ ପାଇଁ ପଦକ୍ଷେପ ଗ୍ରହଣ କରୁଛନ୍ତି । ଯେତିକି ମେଡିକାଲ ଅଫିସର ପଦ ପାଇଁ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଉଛି ତାର ୫୦ ପ୍ରତିଶତ ପଦ ବି ପୂରଣ ହୋଇ ପାରୁନାହିଁ ।

ଓଡ଼ିଶାରେ ଡାକ୍ତର ଅଭାବ

- ୨୦୧୮ରେ ୧୯୫୦ ମେଡିକାଲ ଅଫିସର ପାଇଁ ଓପିଏସସିକୁ ସ୍ୱାସ୍ଥ୍ୟ ବିଭାଗ ଚିଠି ଲେଖିଥିଲା
- ପ୍ରକ୍ରିୟା ଶେଷ ହେବା ପରେ ୯୩୮ ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ସ୍ୱାସ୍ଥ୍ୟ ବିଭାଗ ପ୍ରଦାନ କରିଥିଲା
- ୨୦୧୯ରେ ୩୨୭୮ ପଦବୀ ପୂରଣ ପାଇଁ ଓପିଏସ୍ସିକୁ କହିଥିଲା ସ୍ୱାସ୍ଥ୍ୟ ବିଭାଗ
- ହେଲେ ୧୪୦୩ ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯାଇଥିଲା
- ୨୦୨୧ ଜାନୁଆରୀରେ ୨୪୫୨ ପଦ ପୂରଣ ପାଇଁ କହିଥିଲା ସ୍ୱାସ୍ଥ୍ୟ ବିଭାଗ
- ନିଯୁକ୍ତି ପ୍ରକ୍ରିୟା ଚୂଡାନ୍ତ ପରେ ମାତ୍ର ୭୬୩ ପ୍ରାର୍ଥୀଙ୍କୁ ନିଯୁକ୍ତିପତ୍ର ଦିଆଯାଇଥିଲା
- ୨୦୨୧ ଅକ୍ଟୋବରରେ ୧୮୭୧ ପଦ ପୂରଣ ପାଇଁ ଓପିଏସ୍ସିକୁ କହିଥିଲା ସ୍ୱାସ୍ଥ୍ୟ ବିଭାଗ
- ହେଲେ ୩୫୮ ଜଣ ପ୍ରାର୍ଥୀ କାର୍ଯ୍ୟରତ ଥିବା ବେଳେ ୧୪୫୪ ପଦବି ଖାଲି ରହିଛି