କନକ ବ୍ୟୁରୋ : ଆସନ୍ତା ସୋମବାର ଠାରୁ ଦିନ ୨ଟା ପରେ ସମସ୍ତ ଦୋକାନ ବଜାର ବନ୍ଦ ହୋଇପାରେ । ରାଜ୍ୟରେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ବ୍ୟବସାୟୀ ସଂଘ ମାନଙ୍କ ପକ୍ଷରୁ ଏପରି ଏକ ନିଷ୍ପତି ନିଆଯାଉଛି । ଓଡିଶାର ବିଭିନ୍ନ ସ୍ଥାନରେ ବ୍ୟବସାୟୀ ସଂଘ ଏଭଳି ନିଷ୍ପତି ନେଉଥିବା ନେଇ ସ୍ଥାନୀୟ ପ୍ରଶାସନକୁ ଜଣାଇଛନ୍ତି । କଟକରେ ବିଭିନ୍ନ ବ୍ୟବସାୟୀ ସଂଘ କଟକ ମହାନଗର ନିଗମକୁ ଜଣାଇଛନ୍ତି ଯେ ସେମାନେ ସୋମବାର ଠାରୁ ଦିନ ୨ଟା ପରେ ଦୋକାନ ବଜାର ବନ୍ଦ କରିବେ ।
ସେହିପରି ଭଦ୍ରକରେ ମଧ୍ୟ ବ୍ୟବସାୟୀ ସଂଘ ଦିନ ୨ଟା ପର୍ଯ୍ୟନ୍ତ ଦୋକାନ ଖୋଲା ରଖିବା ନେଇ ଜିଲ୍ଲା ପ୍ରଶାସନକୁ ଜଣାଇଥିବା ସୂଚନା ମିଳିଛି । ସେପଟେ ଓଡିଶା ରାଜ୍ୟ ବ୍ୟବସାୟୀ ସଂଘର ସମ୍ପାଦକ ସୁଧାକର ପଣ୍ଡା ମଧ୍ୟ କହିଛନ୍ତି ଦିନ ୨ଟା ପରେ ଦୋକାନ ବଜାର ବନ୍ଦ କରିବା ପାଇଁ ସେମାନେ ପ୍ରସ୍ତାବ ଦେଇଛନ୍ତି । ଆଜି ଏନେଇ ବିଧିବଦ୍ଧ ଭାବେ ଘୋଷଣା କରିବେ ।