କନକ ବ୍ୟୁରୋ : ସିଲ୍ ହେଲା ସପିଙ୍ଗ ମଲ୍ । ଭୁବନେଶ୍ୱର କଳ୍ପନା ଛକରେ ଥିବା ଉତ୍କଳ କନିକା ଗାଲେରିଆ ସପିଙ୍ଗ ମଲକୁ ୧୪୪ଧାରା ଆଧାରରେ ସିଲ୍ କରିବାକୁ ନୋଟିସ୍ କରିଥିଲା କମିସନରେଟ୍ ପୋଲିସ । ଏହା ପୂର୍ବରୁ ମଲ୍ ମାଲିକ ସପିଙ୍ଗ ମଲକୁ ନିଜ ଆଡୁ ବନ୍ଦ କରିଛନ୍ତି । ମଲର ଫାୟାର ସେଫ୍ଟି ସାର୍ଟିଫିକେଟ୍ ଏବଂ ପାର୍କିଙ୍ଗ ବ୍ୟବସ୍ଥା ନ ଥିବାରୁ ଏହାକୁ ସିଲ୍ କରାଯାଇଥିବା କୁହାଯାଇଛି ।
ଅନ୍ୟପଟେ ମଲର ଏମଡି କହିଛନ୍ତି ମଲର ଫାୟାର ସେଫଟି୍ ସାର୍ଟିଫିକେଟ୍ ଏବଂ ପାର୍କିଙ୍ଗ ଠିକ୍ ରହିଛି । ଖୁବଶୀଘ୍ର ମଲ୍ ଖୋଲାଯିବ ବୋଲି ସେ କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/11/Comp-2-0000000.jpg)