କନକ ବ୍ୟୁରୋ: କ୍ୟାରିବ୍ୟାଗ୍ ପାଇଁ ତଣ୍ଡ ଗଣିଲା ସପିଂ ମଲ୍ ।୧୬ ଟଙ୍କା ପାଇଁ ମଲ୍ ମାଲିକ ଗଣିଲେ ୩୩ ହଜାର ଟଙ୍କା। ବଲାଙ୍ଗୀରରୁ ଏଭଳି ଘଟଣା ସାମ୍ନାକୁ ଆସିଛି। ସୂର୍ୟ୍ୟକାନ୍ତ ବାଗ୍ ନାମକ ଜଣେ ବ୍ୟକ୍ତି ୨୦୨୩ ମସିହା ସେପ୍ଟେମ୍ବରରେ ବଲାଙ୍ଗୀରରେ ଥିବା ବିଶାଲ ମେଗା ମାର୍ଟ ଯାଇଥିବା ସମୟରେ ଠକେଇର ଶିକାର ହୋଇଥିଲେ। ମଲ କର୍ମଚାରୀମାନେ ତାଙ୍କ ଅନିଚ୍ଛା ସତ୍ତେ୍ୱ ୧୬ଟଙ୍କାର କ୍ୟାରିବ୍ୟାଗ ନେବାକୁ ବାଧ୍ୟ କରିଥିଲେ। ଏହାକୁ ନେଇ ସୂର୍ୟ୍ୟକାନ୍ତ କଞ୍ଜ୍ୟୁମର କୋର୍ଟର ଦ୍ୱାରସ୍ଥ ହୋଇଥିବା ବେଳେ କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ବର୍ତ୍ତମାନ ଫାଇନ୍ ଗଣିଛି ଏହି ସପିଂ ମଲ।