ନିର୍ଦ୍ଦେଶ ନମାନିବାରୁ ଜରିମାନା । ସପିଂ ମଲ୍ ବନ୍ଦ ରଖିବାକୁ ନିର୍ଦ୍ଦେଶ ଥିବା ବେଳେ ଖୋଲା ଥିଲା ସମ୍ବଲପୁରରେ ଆନନ୍ଦ ସୁପର ବଜାର, ପ୍ରଶାସନ ଲଗାଇଲା ୫୦ ହଜାର ଟଙ୍କାର ଫାଇନ୍ ।

510

କନକ ବୁରୋ: ନିର୍ଦ୍ଦେଶ ନମାନିବାରୁ ଫାଇନ । ସମ୍ବଲପୁର ସ୍ଥିତ ଆନନ୍ଦ ସୁପର ବଜାର ବିରୋଧରେ ୫୦ ହଜାର ଟଙ୍କାର ଜରିମାନା କରିଛି ପ୍ରଶାସନ । ସୋମବାର ସଂଧ୍ୟାରେ ଏହି ମଲର ଖୋଲା ଥିବାରୁ ଏହି ଫାଇନ୍ କରାଯାଇଛି । ପୂର୍ବରୁ କରୋନା ପାଇଁ ମଲ୍ ବନ୍ଦ କରିବାକୁ ନିର୍ଦ୍ଦେଶ ରହିଥିଲା । ଏହାସହ ପ୍ରଶାସନ ପକ୍ଷରୁ ସ୍ପଷ୍ଟ କର।।ଇଥିଲା ଯେ, ନିର୍ଦ୍ଦେଶକୁ ଉଲଂଘନ କରୁଥିବା ସପିଂ ମଲ୍ ଉପରେ କାର୍ଯ୍ୟାନୁଷ୍ଠାନ କରାଯିବ । କରୋନାକୁ ସତର୍କତା ପଦକ୍ଷେପ ମୂଳକ ସ୍କୁଲ, ସିପଂ ମଲ୍, ଜିମ୍ ଆଦି ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର ।

ସବୁଠାରୁ ବଡ଼ କଥା ହେଲା କି, ‘ବିଶ୍ୱ ମହାମାରୀ’ କରୋନା ରାଜ୍ୟ ବିପର୍ଯ୍ୟୟ ଘୋଷଣା ପରେ ପରେ ଗତକାଲି ରାଜ୍ୟରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସତର୍କତାକୁ ବଢ଼ାଇ ଦେଇଛନ୍ତି ରାଜ୍ୟସରକାର । ତେବେ ଏହାରି ଭିତରେ ରାଜ୍ୟ ସରକାରଙ୍କ କଡ଼ା ବାରଣ ପରେ ମଧ୍ୟ ନିୟମକୁ ହେଜ୍ଞାନ କରିଥିଲା ସମ୍ବଲପୁର ସ୍ଥିତି ସୁପର ବାଜର । ତେଣୁ ନିୟମ ଉଲ୍ଲଂଘନ କରିବା ହେତୁ ଉକ୍ତ ସପିଂ ମଲ୍ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେଇ ୫୦ ହଜାର ଟଙ୍କାର ଫାଇନ ଲଗାଇଛନ୍ତି ପ୍ରଶାସନ ।