କ୍ରେଡିଟ୍ କାର୍ଡରୁ ସପିଙ୍ଗ୍ କରୁଛନ୍ତି କି? ତେବେ ମନେରଖନ୍ତୁ କିଛି ଗୁରୁତ୍ୱପୂର୍ଣ୍ଣ କଥା,ଠକାମୀର ଶିକାର ହେବାକୁ ପଡିବ ନାହିଁ ।

109

ବେଳେବେଳେ ଆପଣଙ୍କ ପାଖକୁ ବ୍ୟାଙ୍କ୍ ତରଫରୁ କ୍ରେଡିଟ୍ କାର୍ଡ ନେବା ପାଇଁ ଫୋନ୍ ଆସୁଥିବ । ବ୍ୟାଙ୍କ୍ ତରଫରୁ ଭିନ୍ନ ଭିନ୍ନ ପ୍ରକାରର ଅଫର ଥିବା କଥା କହି କ୍ରେଡିଟ୍ କାର୍ଡ ନେବା ପାଇଁ ଆପଣଙ୍କୁ କୁହାଯାଇଥାଏ । ଏହି କିଛି ସମୟ ଧରି କ୍ରେଡିଟ୍ କାର୍ଡରେ କିଣାବିକା କରିବା ପ୍ରକ୍ରିୟା ଚାଲୁରହିଛି । ଯେଉଁଠି ଗୋଟିଏ ପଟେ ଏହି କାର୍ଡ ଜରୁରୀ କାଳୀନ ସମୟରେ କାମରେ ଆସିଥାଏ ଅନ୍ୟପଟେ ବ୍ୟାଙ୍କ୍ ଏବେ କ୍ରେଡିଟ୍ କାର୍ଡ ଉପଲବ୍ଧିକୁ ବହୁତ ସରଳ ମଧ୍ୟ କରିସାରିଲେଣି । ସପିଙ୍ଗ୍ ପରେ ସପିଙ୍ଗ୍ ଖର୍ଚ୍ଚକୁ ପଇଠ କରିବା ପାଇଁ କ୍ରେଡିଟ୍ କାର୍ଡର ଆବଶ୍ୟକତା ପଡିଥାଏ । କିନ୍ତୁ ଏହା ଆପଣଙ୍କ ଜୀବନଶୈଳୀକୁ ଖାପ ଖୁଆଇବା ଆବଶ୍ୟକ । ଯଦି ଆପଣଙ୍କ ପାଖରେ ନିଜର ଗାଡି ରହିଛି ଯାହାକୁ ଆପଣ ସବୁବେଳେ ଚଲାଉଛନ୍ତି ତେବେ ଆପଣଙ୍କ ପାଇଁ କ୍ରେଡିଟ୍ କାର୍ଡ ନିହାତି ଆବଶ୍ୟକ ଯାହା ଗାଡିରେ ଇନ୍ଧନ ପକାଇବା ସମୟରେ ରିହାତି ଦେଇଥାଏ । ଯଦି ଆପଣ ପ୍ରତି ଦୁଇ ତିନି ଦିନ ଥରେ ଭ୍ରମଣ ପାଇଁ ଉଡାଜାହାଜର ବ୍ୟବହାର କରୁଛନ୍ତି ତେବେ ଏହି କାର୍ଡ ଆପଣଙ୍କୁ ଅଫର୍ ଦେଇଥାଏ । ଅନ୍ୟପଟେ ଆଉ କିଛି କାର୍ଡ ଏମିତି ଅଛି ଯାହା ଆପଣଙ୍କୁ ବିଳାସପୂର୍ଣ୍ଣ ଜୀବନର ଅନୁଭବ କରାଇଥାଏ । ବିଶେଷଜ୍ଞଙ୍କ ମତରେ ଆପଣଙ୍କୁ ଏଭଳି କାର୍ଡ ଚୟନ କରିବା ଉଚିତ୍ ଯାହା ଆପଣଙ୍କ ଜୀବନଶୈଳୀକୁ ମେଳ ଖାଉଥିବ ।
ପ୍ରତି କ୍ରେଡିଟ୍ କାର୍ଡର ଭିନ୍ନ ଭିନ୍ନ ଚାର୍ଜ ରହିଥାଏ । ଜଏନିଙ୍ଗ୍ ଫି,ବାର୍ଷିକ ଫି,ଋଣ,ଦାମ୍ ଏବଂ ଅନ୍ୟ ଚାର୍ଜେସ ସବୁ ରହିଥାଏ । ସୁପର ପ୍ରିମିୟମ୍ କାର୍ଡ ପାଇଁ ଜଏନିଙ୍ଗ୍ ଫି ୨୯୯ ଟଙ୍କାରୁ ନେଇ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଥାଏ । ଅନ୍ୟପଟେ ଏହି କାର୍ଡରେ ଏକପ୍ରକାର ସର୍ତ୍ତ ମଧ୍ୟ ରହିଥାଏ ଯାହାଦ୍ୱାରା ନିର୍ଦ୍ଧାରିତ ସୀମାରୁ ଅଧିକ ଖର୍ଚ୍ଚ କରାଯାଏ ତେବେ ଏହି ଚାର୍ଜେସକୁ ରଦ୍ଦ କରାଯାଏ । ଏହି କାର୍ଡରେ ଅନ୍ୟ ଚାର୍ଜେସ୍ ମଧ୍ୟ ରହିଥାଏ ଯେଉଁଥିରେ କ୍ୟାସ୍ ଆଡଭାନ୍ସ,ଟ୍ରାଜେକ୍ସନ୍ ଫି,ଲେଟ୍ ପେମେଣ୍ଟ ଚାର୍ଜ,ଓଭର୍ ଲିମିଟ୍ ଚାର୍ଜ ଏବଂ କାର୍ଡ ରିପ୍ଲେସମେଣ୍ଟ ଫିସ୍ ମଧ୍ୟ ସାମିଲ ଅଛି ।