ଘଟଣାଟି ଘଟିଛି ତୀର୍ଥସ୍ଥଳୀ ଋଷିକେଶରେ । ଏଠାରେ ଜଣେ ମିଠେଇ ଦୋକାନୀଙ୍କ ଦୋକାନର ମାସ ଶେଷର ବିଜୁଳୀ ବିଲ୍ ଆସିଲା ୨୦ କୋଟି ଟଙ୍କା । ତେବେ ଆପଣଙ୍କୁ କହିରଖୁଛୁ ଏହା କୌଣସି ବାକି କିମ୍ବା ବର୍ଷ ପୁରୁଣା ବିଜୁଳୀର ବିଲ୍ ନୁହଁ ଗୋଟିଏ ମାସରେ ଆସିଛି କୋଟି କୋଟି ଟଙ୍କାର ବିଲ୍ ।
ରାକେଶ କୁମାର ନାମକ ଜଣେ ଦୋକାନୀଙ୍କ ପାଖକୁ ଯେତେବେଳେ ମୋବାଇଲରେ ବିଜୁଳୀ ବିଲ୍ ଆସିଲା ସେତେବେଳେ ସେ ନିଜ ଆଖିକୁ ବିଶ୍ୱାସ କରିପାରିଲେ ନାହିଁ ଏବଂ ବେହୋସ୍ ହୋଇଗଲେ । କିନ୍ତୁ ପର ମୁହୂର୍ତ୍ତରେ ବିଜୁଳୀ ବିଭାଗକୁ ଏନେଇ ପ୍ରଶ୍ନ ପଚରାଯିବାରୁ ଯାନ୍ତ୍ରିକ ତ୍ରୁଟି ଦର୍ଶାଇ ପରେ ଏହାକୁ ଠିକ୍ କରାଗଲା ଏବଂ ୨୦ କୋଟି ବଦଳରେ ୧୬୯୦ ଟଙ୍କା ବିଜୁଳୀ ବିଲ୍ ହୋଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/12/P-11-3.jpg)
/kanak/media/post_attachments/wp-content/uploads/2018/12/20-e-bl-bl_1543601029-300x300.jpeg)