ରାଜଧାନୀରେ ଗୁଳିକାଣ୍ଡ ଘଟଣା : ଜଣେ ଯୁବକୁ ଗୁରୁତର ଆହତ; ଖଣ୍ଡଗିରି ପୁଲିସର ତନାଘନା

Advertisment
ରାଜଧାନୀରେ ଗୁଳିକାଣ୍ଡ ଘଟଣା : ଜଣେ ଯୁବକୁ ଗୁରୁତର ଆହତ; ଖଣ୍ଡଗିରି ପୁଲିସର ତନାଘନା

କନକ ବ୍ୟୁରୋ : ରାଜଧାନୀରେ ଫୁଟିଲା ଗୁଳି । ଭୁବନେଶ୍ୱର ଡୁମଡୁମା ଅଂଚଳରେ ଗତକାଲି ରାତିରେ ଫୁଟିଛି ଗୁଳି । ଫାଙ୍କା ଗୁଳି ଚାଳନା କରି ଦୁଇ ଜଣ ଦୁର୍ବୃତ ଡୁମଡୁମା ବଜାରରେ ଶୁଭମ ନାମକ ଜଣେ ଯୁବକକୁ ଆକ୍ରମଣ କରିଥିଲେ । ଏହାପରେ ବନ୍ଧୁକରେ ଶୁଭମଙ୍କ ମୁଣ୍ଡକୁ ଛେଚି ଆକ୍ରମଣ କରିଥିବା ବରିଷ୍ଠ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି । ଆହତ ଯୁବକଙ୍କୁ ଏବେ ଏମସ ହସ୍ପିଟାଲରେ ଭର୍ତି କରାଯାଇଛି ।

ପୂର୍ବଶତ୍ରୁତାକୁ କେନ୍ଦ୍ର କରି ଦୁଇ ଦୁର୍ବୃତ ଆକ୍ରମଣ କରିଥିବା ସୂଚନା ମିଳିିଛି । ଗୁଳିକାଣ୍ଡରେ ୨ଜଣ ଦୁବୃର୍ତ ସମ୍ପୃକ୍ତ ଥିବା ସୂଚନା ମିଳିଛି । ସେମାନେ ହେଲେ ଆକାଶ ଓ ଅଗ୍ନି । ଅଗ୍ନିକୁ ପୂର୍ବରୁ ତଡିପାର କରିଥିଲା କମିଶନରେଟ ପୋଲିସ । ଖଣ୍ଡଗିରି ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ଛାନଭିନ ଆରମ୍ଭ କରିଛି । ଗୁଳିକାଣ୍ଡ ଘଟଣାରେ ପୋଲିସ କାହାରିକୁ ଗିରଫ କରିନାହିଁ । ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

ସୂଚନାନୁସାରେ ପୂର୍ବରୁ ରଘୁନାଥନଗରରେ ଅଗ୍ନି ଓ ବଳିଆକୁ ଆକ୍ରମଣ ହୋଇଥିଲା। ଏହି ଦୁଇ ଜଣ ଖଣ୍ଡା ଧରି ବସ୍ତିରେ ପଶି ଗଣ୍ଡ‌ଗୋଳ କରୁଥିବାବେଳେ ବସ୍ତି‌ବାସିନ୍ଦାମାନେ ଅଗ୍ନିକୁ କାବୁ କରି ନିର୍ଧୂମ୍ ଛେଚିଥିଲେ ଓ ପୁଲିସ ଜିମା ଦେଇଥିଲେ। ସେହିଦିନଠାରୁ ବସ୍ତିର କିଛି ଯୁବକଙ୍କ ଉପରେ ଅଗ୍ନି ଓ ବଳିଆର ରାଗ ଥିଲା। ତେଣୁ ପୂର୍ବ ଅପମାନର ପ୍ରତି‌ଶୋଧ ନେବାକୁ ଯାଇ ଆଜି ଏହି ଗୁଳିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। କିନ୍ତୁ ଡୁମୁଡୁମା ହାଉସିଂ ବୋର୍ଡ ଫେଜ୍-୪ରେ ରହୁଥିବା ବଲାଙ୍ଗୀରର ଶୁଭମ୍‌ ରଘୁନାଥନଗର ଗଣ୍ଡଗୋଳରେ ସମ୍ପୃକ୍ତ ନ ଥିବା କୁହାଯାଉଛି। ତେଣୁ ପୂର୍ବ ରାଗ ନୁହେଁ, ବରଂ ଅନ୍ୟ କିଛି କାରଣରୁ ତାଙ୍କୁ ଟାର୍ଗେଟ୍‌ କରାଯାଇଛି ବୋଲି ଅନୁମାନ କରାଯାଉଛି। ତେବେ ପୁଲିସ ଶୁଭମ୍‌ ନିକଟରୁ କୌଣସି ଅଭିଯୋଗ ପାଇନଥିବାରୁ ଗଣ୍ଡ‌ଗୋଳ ବାବଦରେ ମୁହଁ ଖୋଲୁନାହିଁ। ତେବେ ପୁଲିସ ଶୁଭମ୍‌କୁ ହସ୍ପିଟାଲରେ ଭେଟିଥିବା ଜଣାପଡ଼ିଛି।

ସେହିଭଳି ଆକାଶ, ଅଗ୍ନି ଓ ବଳିଆକୁ ଠାବ କରିବା ପାଇଁ ପୁଲିସର ଏକ ସ୍ବତନ୍ତ୍ର ଟିମ୍‌ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। ଏ କଥା ମଧ୍ୟ ଜଣାପଡ଼ିଛି ଯେ ଗୁଳିମାଡ଼ କରିବା ପୂର୍ବରୁ ଆଜି ସନ୍ଧ୍ୟାରେ ଏହି ଦୁଇ ଦୁର୍ବୃତ୍ତ ମଧୁସୂଦନ ପାର୍କରେ ବନ୍ଧୁକ ଦେଖାଇ ଆତଙ୍କ ଖେଳାଇଥିଲେ। ପାର୍କରେ ବସିଥିବା ଯୁବକ ଯୁବତୀମାନଙ୍କୁ ଧମକାଇ ବଟି ଆଦାୟ କରୁଥିଲେ। ଖବର ପାଇ ଖଣ୍ଡଗିରି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିବାବେଳକୁ ସେମାନେ ଫେରାର୍ ହୋଇ ଯାଇଥିଲେ। ସ୍ଥାନୀୟ ଲୋକଙ୍କ ସୂଚନାନୁଯାୟୀ ନୂଆବର୍ଷ ମସ୍ତି ପାଇଁ ଏବେ ଅଗ୍ନି, ଆକାଶ ଓ ବଳିଆ ଗ୍ୟାଙ୍ଗ୍‌ ବଟି ଆଦାୟରେ ଲାଗି ପଡ଼ିଛନ୍ତି। ତେବେ କମିସନରେଟ୍‌ ପୁଲିସ ‘ଦାଦାବଟିକୁ ନା’ ଅଭିଯାନ ଚଳାଇଥିବାବେଳେ ଏହି କୁଖ୍ୟାତ୍ ଗ୍ୟାଙ୍ଗ୍‌ ଉପରେ କେମିତି ନଜର ରହିଲା ନାହିଁ ବୋଲି ପ୍ରଶ୍ନ ଉଠିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe