ତେଲେଙ୍ଗାନା ସୀମାନ୍ତରେ ‘ଗ୍ରେହାଉଣ୍ଡ୍‌’ଙ୍କ ସହ ଗୁଳିବିନିମୟ । ୩ ମାଓବାଦୀ ନିହତ।

ତେଲେଙ୍ଗାନା ସୀମାନ୍ତରେ ‘ଗ୍ରେହାଉଣ୍ଡ୍‌’ଙ୍କ ସହ ଗୁଳିବିନିମୟ । ୩ ମାଓବାଦୀ ନିହତ।

କନକ ବ୍ୟୁରୋ: ଛତିଶଗଡ଼-ତେଲେଙ୍ଗାନା ସୀମାନ୍ତବର୍ତ୍ତୀ ବିଜାପୁରରେ ‘ଗ୍ରେହାଉଣ୍ଡ୍‌’ ଏବଂ ମାଓବାଦୀଙ୍କ ମଧ୍ୟରେ ଏନ୍‌କାଉଣ୍ଟର୍‌ ଘଟି ୩ଜଣ ନକ୍ସଲବାଦୀ ପ୍ରାଣ ହରାଇଛନ୍ତି। ଘଟଣାସ୍ଥଳରୁ ପୁଲିସ ‘ଏସ୍‌ଏଲ୍‌ଆର୍‌’ ଏବଂ ‘ଏକେ-୪୭’ ରାଇଫଲ୍‌ ଉଦ୍ଧାର କରିଛି। ଏହି ଗୁଳିବିନିମୟ ଘଟଣାରେ ନକ୍ସଲମାନେ ଖୁବ୍‌ କ୍ଷତିଗ୍ରସ୍ତ ହୋଇଥିବା କୁହାଯାଉଛି।

ସୂଚନା ଅନୁସାରେ, ତେଲେଙ୍ଗାନାର ମୁଲଗୁ ଜିଲ୍ଲା ଏବଂ ବିଜାପୁରର ସୀମାନ୍ତରେ ଉପରୋକ୍ତ ଏନ୍‌କାଉଣ୍ଟର୍‌ ସଙ୍ଗଠିତ ହୋଇଥିଲା। ଏଥିରେ ସୁରକ୍ଷାବଳ ୩ଜଣ ନକ୍ସଲବାଦୀଙ୍କୁ ହତ୍ୟା କରିଛନ୍ତି। ଏଯାବତ୍‌ ଏ ସଂକ୍ରାନ୍ତରେ ସବିଶେଷ ତଥ୍ୟ ମିଳିପାରି ନାହିଁ। ସୂଚନା ଅନୁସାରେ, ତେଲେଙ୍ଗାନା ପୁଲିସ ଏବଂ ତେଲେଙ୍ଗାନା ଗ୍ରେହାଉଣ୍ଡ୍‌ ଉପରୋକ୍ତ ଅଭିଯାନ ଚଳାଇଥିଲେ। ଘଟଣାସ୍ଥଳରୁ ୩ଜଣ ନକ୍ସଲବାଦୀଙ୍କ ମୃତଦେହ ମଧ୍ୟ ଉଦ୍ଧାର କରାଯାଇଛି।

ଏ ସଂକ୍ରାନ୍ତରେ ବସ୍ତର ଆଇ.ଜି. ସୁନ୍ଦରରାଜ ପି. କହିଛନ୍ତି ଯେ, ଛଗ ଏବଂ ତେଲେଙ୍ଗାନା ସୀମାସ୍ଥିତ ବଣ୍ଡା ଏଣ୍ଟି ନକ୍ସଲ୍‌ ଦମନ ଅଭିଯାନ ଚାଲିଥିଲା ଏବଂ ଏଥିରେ ନକ୍ସଲ୍‌ମାନଙ୍କର ଖୁବ୍‌ କ୍ଷତି ହୋଇଛି। ଏନ୍‌କାଉଣ୍ଟର୍‌ରେ ଅଂଶ ଗ୍ରହଣ କରିଥିବା ସମସ୍ତ ଯବାନ ନିରାପଦ ଥିବା କଥା କୁହାଯାଉଛି। ଘଟଣାସ୍ଥଳରୁ ଯବାନମାନେ ଫେରିବା ପରେ ସବିଶେଷ ବିବରଣୀ ମିଳିବ ବୋଲି ଆଇ.ଜି. କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe