ମେକ୍ସିକୋରେ ଗୁଳିମାଡ, ୭ ପୋଲିସ କର୍ମୀ ସମେତ ୧୮ ଜଣଙ୍କର ମୃତ୍ୟୁ ।

Advertisment
ମେକ୍ସିକୋରେ ଗୁଳିମାଡ, ୭ ପୋଲିସ କର୍ମୀ ସମେତ ୧୮ ଜଣଙ୍କର ମୃତ୍ୟୁ ।

କନକ ବ୍ୟୁରୋ:  ମେକ୍ସିକୋରେ ଆଖି ବୁଜା ଗୁଳିମାଡ଼। ଏଥିରେ ୭ ପୋଲିସ କର୍ମୀ ଓ ମେୟର ସମେତ ୧୮ ଜଣଙ୍କ ମୃତ୍ୟୁ ହୋଇଛି । ବନ୍ଧୁକଧାରୀ ମେକ୍ସିକୋର ସିଟି ହଲ ଭିତରକୁ ପଶି ଯାଇଯାଇଥିଲା । କେହି କିଛି ବୁଝିବା ପୂର୍ବରୁ ଲୋକଙ୍କ ଉପରକୁ ଆଖି ବୁଜା ଗୁଳିମାଡ଼ କରିଥିଲା । ଏଥିରେ ମେୟର କାନରୋଡ ମେଣ୍ଡୋଜା ଓ ତାଙ୍କ ସ୍ୱାମୀଙ୍କର ମୃତ୍ୟୁ ହୋଇଛି ।

ପୂର୍ବତନ ମେୟର ଜୁଆନ୍ ମେଣ୍ଡେଜାଙ୍କ ମଧ୍ୟ ଜୀବନଯାଇଛି । ଗୁଳିମାଡ଼ କିଏ ଓ କାହିଁକି କରିଛି ଜଣାପଡ଼ିନାହିଁ । ପୋଲିସ ବନ୍ଧୁକଧାରୀକୁ ଧରିବାକୁ ଉଦ୍ୟମ କରୁଛି । ଘଟଣା ପରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି । ପୂରା ସହରକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ୍ କରାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe