କନକ ବ୍ୟୁରୋ: ମେକ୍ସିକୋରେ ଆଖି ବୁଜା ଗୁଳିମାଡ଼। ଏଥିରେ ୭ ପୋଲିସ କର୍ମୀ ଓ ମେୟର ସମେତ ୧୮ ଜଣଙ୍କ ମୃତ୍ୟୁ ହୋଇଛି । ବନ୍ଧୁକଧାରୀ ମେକ୍ସିକୋର ସିଟି ହଲ ଭିତରକୁ ପଶି ଯାଇଯାଇଥିଲା । କେହି କିଛି ବୁଝିବା ପୂର୍ବରୁ ଲୋକଙ୍କ ଉପରକୁ ଆଖି ବୁଜା ଗୁଳିମାଡ଼ କରିଥିଲା । ଏଥିରେ ମେୟର କାନରୋଡ ମେଣ୍ଡୋଜା ଓ ତାଙ୍କ ସ୍ୱାମୀଙ୍କର ମୃତ୍ୟୁ ହୋଇଛି ।
ପୂର୍ବତନ ମେୟର ଜୁଆନ୍ ମେଣ୍ଡେଜାଙ୍କ ମଧ୍ୟ ଜୀବନଯାଇଛି । ଗୁଳିମାଡ଼ କିଏ ଓ କାହିଁକି କରିଛି ଜଣାପଡ଼ିନାହିଁ । ପୋଲିସ ବନ୍ଧୁକଧାରୀକୁ ଧରିବାକୁ ଉଦ୍ୟମ କରୁଛି । ଘଟଣା ପରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି । ପୂରା ସହରକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ୍ କରାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/10/compressed.jpg)