କନକ ବ୍ୟୁରୋ : ଆମେରିକାରେ ପୁଣି ଗୁଳି କାଣ୍ଡ । ଚିକାଗୋ ସହରରେ ଏକ ସ୍ୱାଧୀନତା ଦିବସ ପରେଡ୍ ଚାଲିଥିବା ବେଳେ ଗୁଳିକାଣ୍ଡ ଘଟି ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୪ରୁ ଅଧିକ ଲୋକେ ଆହତ ହୋଇଛନ୍ତି । ଅଭିଯୁକ୍ତ ଜଣକ ଏକ ମଲର ଛାତ ଉପରୁ ରହି ଗୁଳିଚଳାଇଥିବା ପୁଲିସ ଜାଣିବାକୁ ପାଇଛି । ପରେଡ୍ ଚାଲିଥିବା ବେଳେ ହଠାତ୍ ଗୁଳିକାଣ୍ଡ ଘଟିଥିଲା । ଲୋକେ କିଛି ବୁଝିବା ପୂର୍ବରୁ ଆତର୍କିତ ଭାବେ ଗୁଳି ମାଡ ହୋଇଥିଲା । ଭୟରେ ଲୋକେ ଏଣେତେଣେ ଦୌଡୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଲୋକଙ୍କୁ ଘରେ ରହିବାକୁ ପୁଲିସ ପରାମର୍ଶ ଦେବା ସହ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ ସର୍ଚ ଅପରେସନ ଜାରି ରଖିଛି ।
ପରେଡ୍ ଚାଲିଥିବା ବେଳେ ହଠାତ୍ ଅଭିଯୁକ୍ତ ଗୁଳି ଚଳାଇବାର ଲୋକେ ଭୟରେ ଦୌଡୁଥିବାର ଏକ ଭିଡିଓ ସୋଶିଆଲ ମିଡିଆରେ ପୋଷ୍ଟ ହୋଇଥିବା ଦେଖିବାକୁ ମିଳିଛି । ତେବେ ଏହି ଗୁଳିକାଣ୍ଡରେ କାହାର ସମ୍ପୃକ୍ତି ରହିଛି ତାହା ଜାଣିବା ପାଇଁ ପୁଲିସ ଅଧି ତଦନ୍ତ ଚଳାଇଛି । ଉକ୍ତ ମଲରେ ଥିବା ସିସିଟିଭି ଫୁଟେଜ୍ ଆଧାରରେ ପୁଲିସ ତଦନ୍ତ ଚଳାଇଥିବା ଜଣାପଡିଛି ।
ଆମେରିକାରେ ଚିକାଗୋ ସହରରେ ପୁଣି ଗୁଳିକାଣ୍ଡ । ଛାତ ଉପରେ ରହି ଲୋକଙ୍କୁ ଟାର୍ଗେଟ କରିଥିଲେ ସୁଟର
/kanak/media/post_attachments/wp-content/uploads/2022/07/vlcsnap-2022-07-05-07h35m34s48.png)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)