ବେଗୁନିଆରେ ଦିନ ଦ୍ୱିପ୍ରହରରେ ଫୁଟିଲା ଗୁଳି: ପାରିବାରିକ ଗଣ୍ଡଗୋଳକୁ ନେଇ ଗୁଳିକାଣ୍ଡ ସନ୍ଦେହ

175

କନକ ବ୍ୟୁରୋ: ଖୋର୍ଦ୍ଧା ବେଗୁନିଆରେ ଦିନ ଦ୍ୱିପ୍ରହରରେ ଫୁଟିଲା ଗୁଳି । ପାରିବାରିକ ଗଣ୍ଡଗୋଳକୁ ନେଇ ଏହି ଗୁଳିକାଣ୍ଡ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଗୁଳିକାଣ୍ଡରେ ବିଭୂତି ଭୂଷଣ ଜେନ ନାମକ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି । ତାଙ୍କ ତଳି ପେଟରେ ଗୁଳି ଲାଗି ଥିବା ବେଳେ ପ୍ରଥମେ ତାଙ୍କୁ ଖୋର୍ଦ୍ଧା ମେଡିକାଲରେ ଭର୍ତି କରାଯାଇଥିଲା ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତରିତ କରାଯାଇଛି । ଗୁଳିମାଡ କରିଥିବା ବ୍ୟକ୍ତି ପ୍ରସନ୍ନ ନାୟକ ଜଣେ ପୂର୍ବତନ ସାମରିକ କର୍ମଚାରୀ ବୋଲି ଜଣାପଡିଥିବା ବେଳେ ସେ ଫେରାର ହୋଇଯାଇଛନ୍ତି । ଖୋର୍ଦ୍ଧା ଏସପି ରାଜକିଶୋର ଦୋର ତଦନ୍ତ ଚଳାଇଛନ୍ତି ।