କନକ ବ୍ୟୁରୋ : ଜଟଣୀ ବିଧାୟକ ସୁରେଶ ରାଉତରାୟଙ୍କ ନୂଆ ଅବତାର । ଗଣମାଧ୍ୟମରେ ମନ୍ତବ୍ୟ ପାଇଁ ଚର୍ଚ୍ଚାରେ ରହୁଥିବା ସୁର ଏବେ ଫିଲ୍ମରେ ଅଭିନୟ କରିଛନ୍ତି । ସୁମିତ୍ରା ଏଣ୍ଟରଟେନମେଣ୍ଟ ପ୍ରଡକ୍ସନର ଓଡିଆ ଫିଲ୍ମ ମନ ମୋର କାଗଜ ଡଙ୍ଗା ଚଳଚ୍ଚିତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି । ପୂର୍ବରୁ ଗୀତ ଗାଇ ଚର୍ଚ୍ଚା ସୃଷ୍ଟି କରିଥିବା ସୁର ରାଉତରାୟ ଏବେ ବଡ ପରଦାରେ ଆସିବାକୁ ଯାଉଛନ୍ତି ।
ତେଣୁ ଚଳଚିତ୍ରଟି ହିଟ ହେବ ବୋଲି ଆଶା ରଖିଛନ୍ତି ପ୍ରଯୋଜକ । ସାମାଜିକ କାହାଣୀକୁ ନେଇ ପ୍ରସ୍ତୁତ ହୋଇଥିବା ଫିଲ୍ମ ମନ ମୋର କାଗଜ ଡଙ୍ଗାରେ ଅଭିନୟ କରି ସୁର ସମାଜକୁ ସୁବାର୍ତା ଦେଉଛନ୍ତି । ସୁଟିଂ ସେଟରେ ଜଟଣୀ ବିଧାୟକ ଅଭିନୟ କରୁଥିବା ବେଳେ କ୍ୟାମେରା ଆଗରେ ବେଶ ସହଜ ଢଙ୍ଗରେ ଡାଇଲଗ ଡେଲିଭରି କରୁଥିବା ଦେଖିବାକୁ ମିଳିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/08/vlcsnap-2021-08-28-07h50m56s843.png)